ଭୁବନେଶ୍ୱର(ଏଟିଆର ବ୍ୟୁରୋ): ନଖ ହିଁ ହାତର ସୌନ୍ଦର୍ଯ୍ୟତାକୁ ବୃଦ୍ଧି କରିଥାଏ। ଆଜିକାଲି ବଡ ନଖ ରଖିବା ଗୋଟେ ଫ୍ୟାସନ ହୋଇଗଲାଣି। ସେଥିପାଇଁ କିଛି ମହିଳା ଅଛନ୍ତି ଯେଉଁମାନେ ନଖକୁ ଭିନ୍ନ ଭିନ୍ନ ଆକୃତି ଦେଇ ନେଲପଲିସରେ ଚିତ୍ର କରିଥାନ୍ତି। ଅନ୍ୟପଟରେ ଆଉ କିଛି ମହିଳା ଅଛନ୍ତି ଯେଉଁମାନଙ୍କର ନଖ ଜନ୍ମରୁ ସୁନ୍ଦର ଏବଂ ଆକୃତି ବିଶିଷ୍ଟ । କିନ୍ତୁ ଆପଣମାନେ ଜାଣିଛନ୍ତି କି ନଖର ଆକୃତିରୁ ଆପଣଙ୍କର ଜୀବନସାଥୀଙ୍କ ଚରିତ୍ର ଏବଂ ସ୍ୱଭାବ ବିଷୟରେ ଜାଣିପାରିବେ । ତେବେ ଆସନ୍ତୁ ଜାଣିବା ……
ଆଲମଣ୍ଡ ଆକୃତି: ଯେଉଁ ମହିଳାମାନଙ୍କ ନଖ ଏହିଭଳି ଆକୃତିର ହୋଇଥିବ ସେମାନେ ଆପଣଙ୍କ ସହ ଭଲ ବନ୍ଧୁତା ସ୍ଥାପନ କରିବା ସହ ଦୟାଳୁ ଭାବନାର ହୋଇଥାନ୍ତି । ଏମାନଙ୍କର ଭିତରେ ଦୃଢ ବିଶ୍ୱାସ ରହିଥାଏ ।
ଅଣ୍ଡା ଆକୃତି:ଅଣ୍ଡା ଆକୃତିର ମହିଳାମାନଙ୍କ ଉପରେ ଯେତେ ବଡ ସମସ୍ୟା ଆସିଲେ ମଧ୍ୟ ସେମାନେ ଖୁବ୍ ଭଲ ଭାବରେ ସମାଧାନ କରିଦିଅନ୍ତି । ଏମାନଙ୍କର ଏହି ଗୁଣ ପାଇଁ ଲୋକମାନେ ଖୁବ୍ ଶୀଘ୍ର ତାଙ୍କ ପ୍ରତୀ ଆକର୍ଷିତ ହୋଇଥାନ୍ତି ।
ଗୋଲ ଆକୃତି: ଏହି ଆକୃତିର ନଖ ଥିବା ମହିଳାମାନେ ଶାନ୍ତ ସରଳ ହେବା ସହ ଖୁବ୍ ମଜାଳିଆ ହୋଇଥାନ୍ତି । ଏହି ମହିଳା ମାନେ ସମାଜରେ ଗ୍ଲାମରସ ଦେଖାଯିବା ଅପେକ୍ଷା ଆରମଦାୟକ ଭାବେ ରହିବାକୁ ପସନ୍ଦ କରଥାନ୍ତି ।
ତ୍ରିଭୁଜ ଆକୃତି: ଏମାନେ ସର୍ବଦା କିଛି ନୂଆ କରି ଦେଖାଇବା ପାଇଁ ଚେଷ୍ଟା କରିବା ସହ ଖୁବ୍ ବୁଦ୍ଧିଆ ହୋଇଥାନ୍ତି ।
ଚର୍ତୁଭୁଜ ଆକୃତି: ଏହି ମହିଳା ମାନେ ଖୁବ୍ ସାହାସୀ ଏବଂ ଦେଖିବା ପାଇଁ ସେକ୍ସି ହୋଇଥାନ୍ତି ।