ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଲଛିପୁର ବାଲିଅନ୍ତା ରାସ୍ତା ମଝିରେ ଲୁଟେରାଙ୍କ ଉତ୍ପାତ । ବିଚ ରାସ୍ତାରେ ଗୁଳି କଲେ ଆଉ ଲୁଟିନେଲେ ୧ଲକ୍ଷ ୨୫ ହଜାର ଟଙ୍କା । ୬ଜଣ ଦୁର୍ବର୍ତ ମୁଖାପିନ୍ଧି ଦୁଇଟି ବାଇକରେ ଆସି ଏପରି କାଣ୍ଡ ଭିଆଇଥିବା ସୂଚନା ମିଳିଛି । ଲୁଟର ଶିକାର ହୋଇଛନ୍ତି ଲଛିପୁରରେ ଥିବା ଏକ ଫ୍ରେବିକେସନ ମାଲିକ ଅସିତ କୁମାର ଜେନା । ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ରିପୋର୍ଟ ଅନୁସାରେ, ଅସିତ ଟଙ୍କା ନେଇ କଟକ ଯାଉଥିଲେ । ତେବେ ରାସ୍ତା ମଝିରେ ଅଚାନକ ୬ଜଣ ଦୁର୍ବୃତ ୨ଟି ବାଇକରେ ଆସି ତାଙ୍କୁ ଅଟକାଇଥିଲେ । ସମସ୍ତେ ମୁଖା ପିନ୍ଧିଥିବା ଅସିତ ପୁଲିସକୁ ଜଣାଇଛନ୍ତି । ତେବେ ସେ ଅଟକିବା ପରେ ସେମାନେ ଟଙ୍କା ବ୍ୟାଗକୁ ଝାମ୍ପିବାକୁ ଚେଷ୍ଟା କରିଥିଲେ । ଟିକେ ଧସ୍ତାଧସ୍ତି ହେବାରୁ ଦୁର୍ବୃତମାନେ ଅଚାନକ ୨ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ଅସିତ ଅଭିଯୋଗରେ ଦର୍ଶାଇଛନ୍ତି । ପୁଲିସ ଘଟଣାସ୍ଥଳକୁ ଯାଇ ଖୋଳତାଡ ଆରମ୍ଭ କରିଛି । ଦୁର୍ବୃତମାନେ ଗୋଟିଏ ସୁଜୁକି ଓ ଗ୍ଲାମର ଗାଡିରେ ଆସିଥିବା ସୁରାକ ଦେଇଛନ୍ତି ଲୁଟର ଶିକାର ଅସିତ । ତେବେ ଦିନଦ୍ୱୀପ୍ରହରରେ ଏଭଳି ଲୁଟ ପୁଣି ପ୍ରମାଣ କରିଛି ପୁଲିସକୁ ଚ୍ୟାଲେଞ୍ଜ ଦେବାକୁ ସକ୍ରୀୟ ହେଲେଣି ଲୁଟେରା ଗ୍ୟାଙ୍ଗ ।