ଭୁବନେଶ୍ୱର,୧୪ା୨/(ବ୍ୟୁରୋ): ମହିଳା ପୁଲିସଙ୍କ ପ୍ରେମରେ ପଡିଗଲେ । ପରିସ୍ଥିତି ଏପରି ହେଲା ଯେ, ଦିନେ ସ୍ୱର ନଶୁଣିଲେ ତାଙ୍କୁ ନିଦ ହେଉନଥିଲା । ଖାସ୍ ଏଥିପାଇଁ ସେ ଲଗାତାର୍ ଫୋନ କରି ଚାଲିଲେ । ଯିଏ ବି ଫୋନ ଉଠାଉ ମହିଳା ପୁଲିସଙ୍କୁ ଫୋନ୍ ଦିଅ ବୋଲି ଅଡି ବସୁଥିଲେ ସେ ।
ସବୁଠୁ ଆଶ୍ଚର୍ଯ୍ୟର କଥା ଏମିତି ଫୋନ୍ କଲ ଆଉ କେଉଁଠି କି’ ନୁହେଁ ବରଂ ଆସୁଥିଲା ଜରୁରୀ କାଳୀନ ସେବା ୧୦୦କୁ । ପୁଲିସ ହେଲ୍ପ ଲାଇନ କୁହାଯାଉଥିବା ଏହି ନମ୍ବରକୁ ବାରମ୍ବାର ଫୋନ୍ କରି ପ୍ରେମ ନିବେଦନ କରୁଥିବା ଜଣେ ଯୁବକଙ୍କୁ ଶେଷରେ ଗିରଫ କରିଛି ପୁଲିସ । ତାଙ୍କ ନାଁ ପ୍ରଭାତ ସ୍ବାଇଁ।
ଏମିତି ଏକ ଘଟଣା କମିଶନରେଟ ପୁଲିସ ଏରିଆରେ ନଜରକୁ ଆସିଛି । ଏହି ଘଟଣାକୁ ନେଇ ଢ଼େରଦିନ ହେବ ଚିନ୍ତାରେ ଥିଲା ପୁଲିସ । କିଏ ସେହି ଯୁବକ? କ’ଣ ତାର ଉଦ୍ଦେଶ୍ୟ? କାହିଁକି ଏମିତି ହଇରାଣ କରୁଛି? ଏମିତି କେତେକ’ଣ ଉତ୍ତର ଖୋଜି ବୁଲୁଥିବା ପୁଲିସ ଶେଷରେ ଯୁବକକୁ ଖଣ୍ଡଗିରି ଅଞ୍ଚଳରୁ ଗିରଫ କରିବା ପରେ ସବୁ ଉତ୍ତର ପାଇଯାଇଛି । ସେପଟେ ଶାନ୍ତିରେ ନିଶ୍ୱାସ ମାରିଛନ୍ତିି କଣ୍ଟ୍ରୋଲରୁମ କର୍ମଚାରୀ ।