ଭୁବନେଶ୍ୱର,୮ା୨/(ବ୍ୟୁରୋ): ଆପଣ ଫେସବୁକରେ ପ୍ରେମ କରୁଛନ୍ତି କି? ଟିକେ ରହିଯାନ୍ତୁ । ନଚେତ୍ ଆପଣ ବି ବନ୍ଧା ହୋଇ ପାରନ୍ତି । କାରଣ ଆପଣଙ୍କ ପ୍ରେମିକା ହୁଏତ ଆପଣଙ୍କ ପାଇଁ ଜେଲ ଯିବାର ରାସ୍ତା ତିଆରି କରିପାରୁଥାନ୍ତି । ଇନ୍ଫୋସିଟି ଥାନା ଅଞ୍ଚଳରେ ଘଟିଥିବା ଏମିତି ଏକ ଘଟଣା ଏବେ ଫେସବୁକରେ ପ୍ରେମ କରୁଥିବା ପ୍ରତିଟି ପ୍ରେମିକଙ୍କ ହୋସ୍ ଉଡାଇ ଦେଇଛି ।
ରିପୋର୍ଟ ଅନୁସାରେ, ଜଣେ ଯୁବକଙ୍କ ସହ ଯୁବତୀଙ୍କ ବାହାଘର ଲାଗିଥିଲା । କିନ୍ତୁ ଯୁବତୀ ଜଣକ ତାଙ୍କ ସାଙ୍ଗମାନଙ୍କଠୁ ଜାଣିବାକୁ ପାଇଲେ ବାହାଘର ଲାଗିଥିବା ଯୁବକଙ୍କର ବହୁତ କେଁ ଅଛି । ସିଧା କହିବାକୁ ଗଲେ ପ୍ରବଳ ଝିଅ ଦୋଷ । ତେବେ ଏହା କେତେ ସତ ଜାଣିବା ଲାଗି ଯୁବତୀ ବିଛାଇଲେ ଜାଲ ।
ଏହି ଜାଲ ଆଉ କିଛି ନୁହେଁ, ଥିଲା ଫେକ୍ ଫେସବୁକ ଆକାଉଣ୍ଟ । ଆଞ୍ଜେଲ ପ୍ରିୟା ନାମରେ ଯୁବକଙ୍କ ସହ ଯୋଡିହେଲେ । ହାଲୋ ହାଏରେ ଚାଟ୍ ମଧ୍ୟ କଲେ । ବାସ୍ ଏହାପରେ ଆଗେଇ ଚାଲିଲା ଉଭୟଙ୍କ ପ୍ରେମର ରେଳଗାଡି । ତେବେ ଏସବୁ ଜାଲ ବିଷୟରେ ବିଲକୁଲ୍ ଅଜଣା ଥିଲେ ଯୁବକ ଜଣକ । ତାଙ୍କ ମନ ଖାଲି ପବନରେ ଉଡୁଥିଲା ।
ଫେସବୁକରେ ପାଇଥିବା ନୂଆ ଗାଲଫ୍ରେଣ୍ଡକୁ ଦେଖିବାକୁ ଯୁବକ ଖାଲି କାଉଲୁବାଉଲୁ ହେଉଥିଲେ । ଚାଟ୍ ମାଦ୍ୟମରେ ଭେଟିବାକୁ କହି ସ୍ଥାନ କାଳ ପାତ୍ର ବି ଠିକ୍ କଲେ । ଏତିକି ନୁହେଁ ଚାଟ୍ ଚାଟ୍ରେ ନିଜକୁ ସମ୍ଭାଳି ନପାରି ରୋମାନ୍ସ କଥା ବି ଉଠାଇଥିଲେ । ବାସ୍ ଏତିକିରେ ଯୁବକଙ୍କ ଅସଲ ପରିଚୟ ଜାଣିପାରିଥିଲେ ଯୁବତୀ ଜଣକ । ବାହାହେବେ କ’ଣ ବରଂ ଭାବି ବରକୁ ଜେଲ ପଠାଇବାକୁ ପୂରା ଯୋଜନା କଲେ ।
ପୂର୍ବରୁ ନିର୍ଦ୍ଧାରିତ ସ୍ଥାନ, କାଳ, ପାତ୍ର ଅନୁସାରେ ଘଟଣାସ୍ଥଳରେ ପହଞ୍ଚି ପ୍ରେମିକୁ ପୁଲିସର ଜିମା ଦେଲେ । ଏବେ ପ୍ରେମିକ ଥାନାରେ ମଶା ବାଡାଉଥିବା ଜଣାପଡିଛି । ତେଣୁ ସାବଧାନ ଫେକ୍ ଆକାଉଣ୍ଟ ପ୍ରତି ଦୂରେଇ ରୁହନ୍ତୁ । ନଚେତ୍ ଆପଣମାନେ ବି କେତେବେଳେ ଫସି ପାରନ୍ତି ।