ଭୁୁବନେଶ୍ୱର,୨୧ା୨/(ବ୍ୟୁରୋ): ମାଓବାଦୀଙ୍କ ବର୍ବର କାଣ୍ଡ । ମାଲାକାନିଗିରି ଓରପଦର ଗାଁରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ତାଙ୍କ ଗଳାକୁ କାଟି ଦିଆଯାଇଛି । ରାତି ଅଧିଆ ଗାଁରୁ ଉଠାଇ ନେଇ ଏହି ମାଓବାଦୀମାନେ ଏପରି ହତ୍ୟା କରିଥିବା ସୂଚନା ମିଳିଛି ।
ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ଘଟଣାର ଖୋଳତାଡ୍ କରୁଛି । ସୂଚନାଯୋଗ୍ୟ, ଆଜି ଗାଁ ଲୋକେ ମୃତଦେହ ପଡିଥିବା ଦେଖି ପୁଲିସକୁ ଜଣାଇଥିଲେ । ସେମାନଙ୍କ କହିବାନୁସାରେ, ରବିବାର ରାତିରେ ୨୦ରୁ ଅଧିକ ମାଓବାଦୀ ଚିତ୍ରାକୁଣ୍ଡା ବ୍ଲକ ଅଣ୍ଡରାପଲ୍ଲୀ ପଂଚାୟତରେ ପଶି ଗାଁରୁ ମୃତ ବ୍ୟକ୍ତିଙ୍କୁ ଉଠାନେଇଥିଲେ ।