ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କେସ ନମ୍ବର ୮୯/୧୮ । ମହିଳା ଥାନାରେ ରୁଜୁ ହୋଇଥିବା ଏହି ମାମଲା ସୂଚାଇ ଦେଉଛି ସବୁ ମାନ ଇଜ୍ଜତ ପୋଡି ଖାଇଲା ଏମବିସି ଟିଭି । ଆଙ୍କର କରାଇ ଦେବାର ପ୍ରଲୋଭନ ଦେଖାଇ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରାଯିବା ଘଟଣା ଏବେ ଚାରିଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଭଳି କାଣ୍ଡ ଅନ୍ୟ କେହି ନୁହେଁ ବରଂ ସଂସ୍ଥାର ୨ମୁଣ୍ଡିଆଳି କରିଛନ୍ତି ।
ଚ୍ୟାନେଲ ହେଡ ଓ ନ୍ୟୁଜ ହେଡ ଉଭୟ ମିଶି ଏଭଳି ସାଙ୍ଘାତିକ ଖେଳ ଖେଳିଛନ୍ତି । ଯାହା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ପୁଲିସଠୁ ମିଳିଥିବା ରିପୋର୍ଟ ଅନୁସାରେ, ଚ୍ୟାନେଲ ହେଡ ଓ ନ୍ୟୁଜ ହେଡଙ୍କ ବିରୋଧରେ ଏଭଳି ସଂଗିନ ଅଭିଯୋଗ ଉଠିଛି । ସେପଟେ ଏନେଇ ଏମବିସି ଟିଭି ପକ୍ଷରୁ କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ । ରିପୋର୍ଟ ଅନୁସାରେ, ଅଭିଯୋଗ ଆଣିଥିବା ଯୁବତୀ ପ୍ରଥମେ ଡେକ୍ସରେ କାମ କରୁଥିଲେ ।
ତେବେ ଅଚାନକ ତାଙ୍କୁ ଆଙ୍କର କରାଇ ଦେବାର ପ୍ରଲୋଭନ ଦେଖାଇଥିଲେ ସଂସ୍ଥାର ଏହି ୨ ମୁଖ୍ୟ । ହରଦମ ପାଖକୁ ଡାକି ପ୍ରଥମେ ତାରିଫ କରିବା ପରେ ମୌକା ଦେଖି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ତେବେ ଏହାକୁ ମହିଳା କର୍ମଚାରୀ ଜଣଙ୍କ ବିରୋଧ କରିବାରୁ ସଂସ୍ଥାର ମୁଖ୍ୟ ତାଙ୍କୁ ଚାକିରିରୁ ବାହାର କରିବାକୁ ଯୋଜନା ଚଳାଇଥିବା ଯୁବତୀ ଅଭିଯୋଗ କରିଛନ୍ତି । ସେପଟେ ଘଟଣାର ସତ୍ୟତା କେତେ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି ।