କେନ୍ଦ୍ରାପଡା,(ଏଟିଆର ବ୍ୟୁରୋ): ମାଛ ମାରିବାକୁ ଯାଇଥିବା ବେଳେ ମା ଓ ଝିଅର ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡାର ଜମ୍ବୁ ଅଞ୍ଚଳରେ । ମୃତକମାନେ ହେଲେ ପାଣ୍ଟି ମଣ୍ଡଳ ଓ ତାଙ୍କ ଝିଅ ଦୀପାଲି । ତେବେ ଏହି ଘଟଣାରେ ଆହୁରି ୨ଜଣ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି ।
ସେମାନଙ୍କୁ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ନାଁ ତାରକା ମଣ୍ଡଳ ଓ ଦାସୀ ମଣ୍ଡଳ । ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି । ରିପୋର୍ଟ ଅନୁସାରେ, ମାଛ ମାରିବା ଲାଗି ଆଜି ଭୋର ସମୟରେ ସମସ୍ତେ ସାଙ୍ଗ ହୋଇଯାଇଥିଲେ । ଅଚାନକ ଘଡ଼ଘଡ଼ି ମାରିବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା । ବାକି ୨ଜଣ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।