କଣ୍ଟାବାଞ୍ଜି (ଏଟିଆର ବ୍ୟୁରୋ) ; ଭାଇ ସବୁବେଳେ ଭଉଣୀର ସୁରକ୍ଷା ପାଇଁ ଥାଏ । ଏହି ସମ୍ପର୍କ ଏକ ପବିତ୍ର ସମ୍ପର୍କ । ତେବେ ଭାଇ ଯେତେବେଳେ ଭଗାରି ସାଜେ ସେତେବେଳେ ଭଉଣୀକୁ ସାହା ହେବ ବା କିଏ । ଭଉଣୀର ଖୁସି ଦେଖିବା ପାଇଁ ଶେଷରେ ତାର ସଂସାର ଉଜାଡି ଦେଲା ଭଳି ଏକ ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନା ମୁତାବକ ସ୍ୱାମୀ ସ୍ତ୍ରୀଙ୍କ କଳହ ପାଇଁ ଶଳା ମାଡରେ ଭିଣୋଇ ମୃତ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଲାବାହାଲ ଗାଁରେ । ମୃତକ ଜଣକ ହେଲେ ଦିଲ୍ଲୀପ ଛୁରା ।
ଦ୍ୱିଲୀପ ଚାଉଳଶୁଖା ଗାାଁର ଗୈାରୀଙ୍କୁ ବାହା ହୋଇଥିଲେ । ଖୁସିରେ ଚାଲିଥିଲା ସଂସାର । ସେମାନଙ୍କର ୨ଟି ଛୁଆ ଅଛନ୍ତି । ତେବେ କୈାଣସି ଏକ କାରଣକୁ ନେଇ ଗତ ୨୩ ତାରିଖରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ଗୈାରୀ ଫୋନ କରି ଦୁଇ ଭାଇଙ୍କୁ ଡକାଇଥିଲେ । ଘରେ ପହଁଞ୍ଚିବା ପରେ ଶଳା ଭିଣୋଇଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଦୁଇଭାଇ ମିଶି ଭିଣୋଇକୁ ନିଦ୍ଧୁମ ପିଟିଥିଲେ । ଏଥିରେ ଆହତ ହୋଇଥିଲେ ଦିଲ୍ଲୀପ । ତେବେ ଆହତ ହେବାର ଦୁଇଦିନ ପରେ ତାଙ୍କ ମା ଡାକ୍ତରଖାନାକୁ ନେଇଥିଲେ ।
ମାଡ ବହୁତ ଜୋରରେ ହୋଇଥିବାରୁ ସ୍ଥାନୀୟ ଡାକ୍ତରଖାନା ବାହରକୁ ନେବା ପାଇଁ କହିଥିଲେ । ମାତ୍ର ପଇସା ନଥିବାରୁ ପୁଅକୁ ଘରକୁ ଫେରେଇ ଆଣିଥିଲେ ମା । ତେବେ ଗତକାଲି ସନ୍ଧ୍ୟାରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଛି । ପୋଲିସରେ ଖବର ପହଁଞ୍ଚିବା ପରେ ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ନେଇଯାଇଛନ୍ତି ।
କଣ୍ଟାବାଞ୍ଜି ଆଇଆଇସି ବିଜୟାନନ୍ଦ କରକରା କହିଛନ୍ତି,“ଘଟଣାର ତଦନ୍ତ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।”