ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଆସିଲା ନୁଆ ୧୦୦ ଟଙ୍କିଆ ନୋଟ । ଆରବିଆଇ ଜାରି କରିଛି ନୁଆ ୧୦୦ ଟଙ୍କିଆ ନୋଟ । ତେବେ ପ୍ରଥମ ପର୍ଯ୍ୟାୟରେ ଆରବିଆଇ ନୁଆ ୧୦୦ ଟଙ୍କିଆ କୁ ନିଜ କର୍ମଚାରୀ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କେତେକ ମୁଖ୍ୟ ଶାଖାକୁ ପଠାଇଛି ବୋଲି ଜଣାପଡିଛି । ତେବେ ଆସନ୍ତା ଏକ ସପ୍ତାହ ମଧ୍ୟରେ ନୁଆ ୧୦୦ ଟଙ୍କିଆ ନୋଟ ବଜାରକୁ ଆସିବ । ସେପଟେ ନୁଆ ୧୦୦ ଟଙ୍କିଆ ନୋଟ ଜାରି ହେବା ପରେ ମଧ୍ୟ ପୁରୁଣା ଶହେ ଟଙ୍କିଆ ନୋଟ ବଜାରରେ ଚାଲିବ ବୋଲି ଆରବିଆଇ ଜଣାଇଛି । ମାନେ ଏଣିକି ବଜାରରେ ନୁଆ ଓ ପୁରୁଣା ଉଭୟ ଶହେ ଟଙ୍କିଆ ନୋଟକୁ ବ୍ୟବହାର କରି ପାରିବେ ଲୋକେ ।
ଏହି ନୁଆ ୧୦୦ ଟଙ୍କିଆ ନୋଟର ରଙ୍ଗ ହାଲକା ବାଇଗଣୀ ରହିଥିବା ଦେଖାଯାଇଛି । ସେହିପରି ନୋଟରେ ସିକ୍ୟୁରିଟି ଫିଚର ମଧ୍ୟ ଦୁଇ ଡର୍ଜନରୁ ଅଧିକ ଥିବା ଜଣା ପଡିଛି । ନୂଆ ୧୦୦ ଟଙ୍କିଆ ନୋଟର ପଛ ପଟ ଭାଗରେ ୟୁନେସ୍କୋର ବିଶ୍ୱ ସ୍ମାରକ ସୂଚୀରେ ସାମିଲ ଗୁରୁରାଟର ପାଟଣାସ୍ଥିତ ରାଣୀଙ୍କ ରାଜଉଆସ ସ୍ଥାନ ପାଇଛି ।