ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଇଣ୍ଡୋନୋସିଆର ଜାକର୍ତାରେ ଚାଲିଥିବା ଏସିଆନ ଗେମ୍ସରେ କମାଲ ଦେଖାଉଛନ୍ତି ଭାରତୀୟ । ଏସିଆନ ଗେମ୍ସରେ ଆଉ ଦୁଇ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ । ବକ୍ସିଂରେ ଅମିତ ଦଘଂଲ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଥିବା ବେଳେ ପୁରୁଷ ବ୍ରିଜରେ ପ୍ରଣବ ବର୍ଦ୍ଧନ ଓ ଶିବନାଥ ସରକାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
ଯାହା ଭାରତକୁ ନିଜ ସ୍ୱର୍ଣ୍ଣ ପଦକ ବଢାଇବାରେ ସହାୟକ ହୋଇଛି । ୪୯ କେଜି ବର୍ଗରେ ଭାରତୀୟ ବକ୍ସର ଅମିତ ଫାଇନାଲ ମ୍ୟାଚରେ ଉଜବେକିସ୍ତାନର ପ୍ରତିଦ୍ୱନ୍ଦୀ ଏଚ୍-ଦୁସ୍ମାତୋଭାଙ୍କୁ ହରାଇ ଅମିତ ସ୍ପର୍ଣ୍ଣ ପଦକ ହାତେଇଛନ୍ତି ।
ସେହିପରି ପୁରୁଷ ବ୍ରିଜରେ ପ୍ରଣବ ବର୍ଦ୍ଧନ ଓ ଶିବନାଥ ସରକାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ତେବେ ଏହି ଦୁଇ ସ୍ୱର୍ଣ୍ଣ ପଦକ ସହ ଭାରତ ମୋଟ ୧୫ ଟି ସ୍ୱର୍ଣ୍ଣ ପଦକ ହାସଲ କରିସାରିଥିବା ବେଳେ ୨୪ ଟି ରୋପ୍ୟ ଓ ୨୯ ଟି ବ୍ରୋଞ୍ଜ ପଦକ ହାସଲ କରିପାରିଛି । ସେହିପରି ଭାରତ ମୋଟ ୬୮ ଟି ପଦକ ସହ ଚଳିତ ଏସିଆନ ଗେମ୍ସରେ ଏବେଯାଏ ଅଷ୍ଟମ ସ୍ଥାନରେ ରହିଛି । ତେବେ ଦେଖିବାକୁ ଗଲେ ଭାରତ ୨୦୧୦ରେ ଖେଳାଯାଇଥିବା ଏସିଅନ ଅଲମ୍ପିକରେ ୬୫ ଟି ପଦକ ପାଇଥିବା ବେଳେ ଚଳିତ ଏସିଆନ ଗେମ୍ସରେ ୬୮ ପଦକ ପାଇ ପୁର୍ବ ରେକର୍ଡ ଭାଙ୍ଗି ପାରିଛି ।