କଳାହାଣ୍ଡି,(ତୁଳସୀ ରାମ): ପୁଣି ଜଣେ ଦାଦନଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ବାଙ୍ଗାଲୋର ରେଳଷ୍ଟସନ ପାଖରୁ କଳାହାଣ୍ଡି ପାଣିଗାଁର ଭଲ ପୂଜାରୀଙ୍କ ମୃତଦେହକୁ ପୁଲିସ ଜବତ କରିଛି ।
୨ବର୍ଷ ତଳେ ଭଲ ପୂଜାରୀ ବାଙ୍ଗାଲୋର ଯାଇଥିଲେ । ଅଭାବ ଅନଟନରେ ତାଙ୍କ ପରିବାର ଚଳୁଥିବା ବେଳେ ବୃଦ୍ଧ ବାପା ଓ ମା’ଙ୍କ ମୁହଁରେ ହସ ଫୁଟାଇବା ଲାଗି ଭଲ ନିଜ ଗାଁ ଛାଡି ଦାଦନ ଖଟିବାକୁ ଚାଲିଯାଇଥିଲେ । ତେବେ ଗତକାଲି ଜୟପାଟଣା ପୁଲିସ ଭଲଙ୍କ ମୃତ୍ୟୁ ହୋଇନଥିବା ନେଇ ଖବର ଦେବା ପରେ ଏବେ ପୂରା ଭାଙ୍ଗି ପଡିଛନ୍ତି । ସେପଟେ ଭଲଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ମୃତଦେହକୁ ଜବତ କରି ଘଟଣାର ଖୋଳତାଡ ଆରମ୍ଭ କରିଛି ।