ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଗ୍ୟାଙ୍ଗଷ୍ଟର ଟିଟୋ ସହ ଅଛି ଦାମଙ୍କ ସମ୍ପର୍କ । ଏଭଳି ଅଭିଯୋଗ ଆଣିଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର । ଖାଲି ସେତିକି ନୁହେଁ ଦାମ ଜଣେ ଦୋମୁହାଁ ବ୍ୟକ୍ତି ବୋଲି ମଧ୍ୟ କହିଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ଗ୍ୟାଙ୍ଗଷ୍ଟର ଟିଟୋ ସହ ଦାମ ରାଉତଙ୍କ ଘନିଷ୍ଟ ସମ୍ପର୍କର ତଦନ୍ତ ଚାଲିଛି ଓ ସତ୍ୟ କଣ ଏହା ଅତିଶିଘ୍ର ଜନତାଙ୍କ ସାମନାକୁ ଅସିବ ବୋଲି ସେ କହିଛନ୍ତି । ଏହାସହ ରାଉଲକେଲାରେ ଥିବା ଶିଳ୍ପ କାର୍ଯ୍ୟାଳୟକୁ ପାରାଦ୍ୱୀପ ଆଣିବା ପଛରେ ମଧ୍ୟ ଦାମଙ୍କ ହାତ ରହିଛି ବୋଲି କହିଛନ୍ତି ସୂର୍ଯ୍ୟ । ଦାମ ନିଜ ଜ୍ୱାଇଁଙ୍କ ଘରେ ଏହି ଅଫିସ କୁ ଚଳାଇ ଦୁର୍ନୀତି କରୁଥିବା ସୂର୍ଯ୍ୟନାରାୟଣ ପାତ୍ର ଅଭିଯୋଗ କରିଛନ୍ତି । ପାରାଦ୍ୱୀପ ରେ ଥିବା ଇଫକୋ କମ୍ପାନୀ ରେ ଦାମଙ୍କ ପୁଅ ଦାଦାଗିରି କରି ନିଜ କମ୍ପାନୀ ଜରିଆରେ ବହୁ ଟଙ୍କା ଆଦାୟ କରୁଥିବାର ମଧ୍ୟ ସୂର୍ଯ୍ୟ ପାତ୍ର ଅଭିଯୋଗ କରିଛନ୍ତି ।
ସେପଟେ ସୂର୍ଯ୍ୟ ପାତ୍ରଙ୍କ ଅଭିଯୋଗର ଜବାବ ରଖିଛନ୍ତି ଦାମ । କହିଛନ୍ତି ,ସୂର୍ଯ୍ୟ ନାରାୟଣ ପାତ୍ର ଜଣେ ଦୁର୍ନୀତିଗ୍ରସ୍ତ ଲୋକ । ସେ ଅର୍ଥ ଓ କ୍ଷମତା ପାଇଁ ସବୁ ସୀମା ଟପିଯାଇପାରିବେ । ଯଦି ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ସତସାହସ ଅଛି ତେବେ ନିଜ ଦୁର୍ନୀତିର ତଦନ୍ତ ପାଇଁ ଇଣ୍ଟରପୋଲକୁ ଦାୟୀତ୍ୱ ଦିଅନ୍ତୁ ବୋଲି କହିଛନ୍ତି ଦାମୋଦର ରାଉତ ।