ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ପାକିସ୍ତାନର ରାଷ୍ଟ୍ରପତି ହୋଇପାରନ୍ତି ଜଣେ ଡାକ୍ତର । ଆସନ୍ତାକାଲି ପାକିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନରେ ତ୍ରୀକୋଣୀୟ ଲଢେଇ ହେବାକୁ ଯାଉଥିବା ବେଳେ ନୁଆଁ ରାଷ୍ଟ୍ରପତି କିଏ ହେବ ସେ ନେଇ ବେଶ ଆଲୋଚନା ମଧ୍ୟ ହେଉଛି । ତେବେ ପାକିସ୍ତାନର ବର୍ତ୍ତମାନ ରାଷ୍ଟ୍ରପତି ମାମନୁନ ହୁସେନଙ୍କ କାର୍ଯ୍ୟକାଳ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ସରିଆସୁଥିବା ବେଳେ ଏବେ ପାକିସ୍ତାନର ନୁଆ ରାଷ୍ଟ୍ରପତି ଭାବେ ଜଣେ ଡାକ୍ତର କାର୍ଯ୍ୟଭାର ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଛି ।
ପ୍ରଧାନମନ୍ତ୍ରୀ ଇମରାନ ଖାନ ଙ୍କ ଦଳରୁ ଡାକ୍ତର ଆରିଫ୍ ଅଲବୀ ପ୍ରାଥୀ ଭାବେ ଲଢୁଥିବା ଜଣା ପଡିଛି । ଡାକ୍ତର ଆରିଫ୍ ଅଲବୀ ଜଣେ ଦାନ୍ତ ଡାକ୍ତର ଭାବେ ବେଶ ଜଣାଶୁଣା । ତେବେ ଅରିଫ ଙ୍କ ବିପକ୍ଷରେ ଆଉ ଦୁଇଜଣ ପ୍ରାଥୀ ରାଷ୍ଟ୍ରପତି ନିର୍ବାଚନ ଲଢୁଛନ୍ତି । ସେପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଜଣେ କ୍ରିକେଟର ହୋଇଥିବା ବେଳେ ରାଷ୍ଟପତି ଭାବେ ଜଣେ ଡାକ୍ତର ପ୍ରାଥୀ ହେବା ଆଲୋଚନା ର କେନ୍ଦ୍ରବିନ୍ଦୁ ପାଲଟିଛି ।