ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ପୁଣି ଗିରଫ ହେଲେ ସିସୋର ଚିଟଫଣ୍ଡ ମାମଲାର ଅଭିଯୁକ୍ତ ଶୁଭଙ୍କର ନାୟକ । ମହିଳାଙ୍କ ଘରେ ପଶି ଆସାଧାଚରଣ ଓ ମହିଳାଙ୍କ ପୁଅକୁ ମାଡ ମାରିବା ଅଭିଯୋଗରେ ଶୁଭଙ୍କର ନାୟକଙ୍କୁ ଗତକାଲି ରାତିରେ ଗିରଫ କରିଛି ଖାରବେଳ ନଗର ଥାନା ପୋଲିସ । ସୂଚନା ଅନୁସାରେ ,ଚନ୍ଦ୍ରମା ଆପାର୍ଟମେଣ୍ଟ ରେ ରହୁଥିବା ଜଣେ ମହିଳାଙ୍କୁ ବେଶ କିଛିଦିନ ହେବ ହଇରାଣ କରିଥିଲେ ଶୁଭଙ୍କର । ବାଟରେ ଘାଟରେ ସବୁଠି ମହିଳାଙ୍କୁ ଶୁଭଙ୍କର କରୁଥିଲେ ଟାର୍ଗେଟ । ଏମିତି କି ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ ଶୁଭଙ୍କର । କିନ୍ତୁ ଗତକାଲି ରାତିରେ ଶୁଭଙ୍କର ସବୁ ସୀମା ଟପିଯାଇଥିଲେ । ଗତକାଲି ରାତିରେ ଶୁଭଙ୍କର ମହିଳାଙ୍କ ଘରକୁ ଯାଇ ତାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ପୁଅକୁ ମଧ୍ୟ ମାଡ ମାରିଥିଲେ । ଏହାପରେ ମହିଳା ଜଣକ ଖାରବେଳନଗର ଥାନାରେ ଶୁଭଙ୍କର ନାମ ରେ ଅଭିଯୋଗ କରିଥିଲେ । ପୋଲିସ ଶୁଭଙ୍କରକୁ ବହୁ ସମୟ ପଚରାଉଚରା କରିବା ପରେ ଗିରଫ କରିଥିବା ଜଣା ପଡିଛି । ଅନ୍ୟପଟେ ଶୁଭଙ୍କର ୨୦୧୪ ମସିହାରେ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିଲେ । ପରେ ତାଙ୍କୁ ହାଇକୋର୍ଟ ଗତବର୍ଷ ଅଗଷ୍ଟ ୧ ତାରିଖରେ ଜାମିନ ଦେଇଥିଲେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024