ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାଜ୍ୟସଭା ସାଂସଦ ତଥା ବିଜେଡି ନେତା ପ୍ରଶନ୍ନ ଆଚାର୍ଯ୍ୟ ହୋଇପାରନ୍ତି ରାଜ୍ୟସଭା ଉପାଧ୍ୟକ୍ଷ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଉପାଧ୍ୟକ୍ଷ ପଦବୀରେ ଥିବା ପିଜେ କୁରିଏନଙ୍କ କାର୍ଯ୍ୟକାଳ ଚଳିତମାସ ସରିବାକୁ ବସୁଥିବା ବେଳେ ଏଥିରେ ଏବେ ପ୍ରଶନ୍ନ ଆଚାର୍ଯ୍ୟଙ୍କ ନାଁ ଆଗରେ ଥିବା ଜଣାପଡିଛି । ଆସନ୍ତା ମୌସୁମୀ ଅଧିବେଶନରେ ନୂଆ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ।
ତେଣୁ ଏହି ପଦବୀରେ ପ୍ରଶନ୍ନ ଆଚାର୍ଯ୍ୟଙ୍କ ନାଁ ଯୋଡି ହୋଇପାରେ । ସେପଟେ ପ୍ରଶନ୍ନ ଆଚାର୍ଯ୍ୟଙ୍କ ସହ ତୃଣମୁଳ କଂଗ୍ରେସ ସାଂସଦ ସୁଖେନ୍ଦୁ ରାୟଙ୍କ ନାଁ ବି କିଛି କମ ଚର୍ଚ୍ଚାରେ ନାହିଁ । ତେବେ ଏନେଇ ପ୍ରଶନ୍ନ ଆଚାର୍ଯ୍ୟଙ୍କ କହିବା କଥା ହେଉଛି, ସେ ଏସମ୍ପର୍କରେ କିଛି ଜାଣିନାହାନ୍ତି । କି’ ଏ ସମ୍ପର୍କରେ ତାଙ୍କ ପାଖକୁ କୌଣସି ସୂଚନା ଆସିନାହିଁ । ଏସବୁ ନୀତିଗତ ନିଷ୍ପତି ଦଳ ଓ ଦଳର ନେତା ନେବେ । ଏଯାବତ ଆମ ନୀତି ବିଜେପି ଓ କଂଗ୍ରେସଠୁ ସବଦୂରତ୍ୱରେ ରହିଛି ।