କେନ୍ଦୁଝର,(ଏଟିଆର ବ୍ୟୁରୋ): ବେଶ ହସଖୁସିରେ ଯାଇଥିଲେ ମେଳା ଦେଖିବାକୁ । ହେଲେ ମେଳା ଦେଖି ଫେରିବା ବେଳକୁ ସବୁ ହସଖୁସି ଅଚାନକ ଲିଭିଗଲା । ନଜର ପଡିଥିଲା ୪ଜଣ ରାକ୍ଷାସଙ୍କର । ଜୋର ଜବରଦସ୍ତ ଉଠାଇ ନେଇ ଜଣେ ନାବାଳିକାକୁ କରାଯାଇଛି ଦୁଷ୍କର୍ମ । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳରେ । ସିଧା କହିବାକୁ କଲେ ଏଥର ପରୀ କାନ୍ଦୁଛି କେନ୍ଦୁଝରରେ ।
ରିପୋର୍ଟ କହୁଛି, ବଡ଼ବିଲ ଭଦ୍ରାସାହି ଅଞ୍ଚଳର ଜଣେ ୧୪ ବର୍ଷୀୟ ନାବାଳିକା ପୁଣି ଦୁଷ୍କର୍ମର ଶିକାର ହୋଇଛି । ଗତ ୧୭ ତାରିଖ ସେ ବଡ଼ବିଲ ମହୋତ୍ସବରେ ପଡିଥିବା ମୀନା ବଜାର ବୁଲିବାକୁ ଯାଇଥିଲେ । ତେବେ ସେଠାରୁ ବସରେ ଫେରି ଘରକୁ ଆସୁଥିବା ବେଳେ ଅଚାନକ ୪ଜଣ ଯୁବକ ତାଙ୍କୁ ଉଠାଇ ନେଇଥିଲେ । ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଜଣେ କେବଳ ଦୁଷ୍କର୍ମ କରିଥିବା ପୁଲିସକୁ ସୂଚନା ଦେଇଛନ୍ତି ଖୋଦ ପିଡୀତା । ସେପଟେ ଅଭିଯୋଗ ପାଇବା ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଶିବୁ ମୁଣ୍ଡାକୁ ଗିରଫ କରିଛି ।
କେବଳ ଏତିକି ନୁହେଁ ତା’ର ୩ସହଯୋଗୀ ମଧ୍ୟ ପୁଲିସ ହାତରେ ଧରାପଡିଛନ୍ତି । ଏଠାରେ ସୂଚନାଯୋଗ୍ୟ, ଏଭଳି ଘଟଣାକୁ ରୋକିବା ତଥା ଲୋକଙ୍କୁ ସଚେତନ କରାଇବାକୁ ଯାଇ କିଛିଦିନ ତଳେ ରାଜ୍ୟ ସରକାର ଓ ପୁଲିସ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ସାରା ରାଜ୍ୟରେ ଚକ୍କର କାଟିଥିଲା ପରୀ ରଥ । ତେବେ ପୁଣି ଏକ ଘଟଣା ସାମ୍ନାକୁ ଆସିବା ପରେ ପରୀ ରଥକକୁ ନେଇ କେହି କିଛି ବି ଚେତୁନହାନ୍ତି ବୋଲି ମତ ପ୍ରକାଶ ପାଇଛି । ଏହାଛଡ଼ା ଦୃଢ଼ କାର୍ଯ୍ୟାନୁଷ୍ଠାନ ହିଁ ଏହା ଉପରେ ରୋକ ଲଗାଇ ପାରିବ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି ।