ଭୁବନେଶ୍ୱର, (ଏଟିଆର ବ୍ୟୁରୋ): ରାଜଧାନୀରେ ପୁଣି ଲଜ୍ଜା । ଜଣେ ୧୦ବର୍ଷର ନାବାଳିକାକୁ ଦୁଷ୍କର୍ମ । ସବୁଠୁ ବଡ଼ କଥା ହେଉଛି ଏହି ଦୁଷ୍କର୍ମ କରିଛନ୍ତି ପୁଣି ଜଣେ ୬୦ବର୍ଷର ବୃଦ୍ଧ । ଯାହା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି । ଅତି ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯାଇଛି । ଘଟଣାଟି ଘଟିଛି ଖାରବେଳନଗର ଥାନାର ଗିରିଦୁର୍ଗା ବସ୍ତିରେ । ପୁଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଜୟ ବେହେରାକୁ ଗିରଫ କରିଛି ।
ରିପୋର୍ଟ ଅନୁସାରେ, ସୋମବାର ନାବାଳିକାଟି ଘରେ ଏକାକି ଥିଲା । ଯାହାର ଫାଇଦା ଉଠାଇଥିଲା ଅଜୟ । ଘରେ ପଶି ଦୁଷ୍କର୍ମ କରିବା ସହ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ସେପଟେ ପରିବାର ଲୋକେ ଏ ସମ୍ପର୍କରେ ଜାଣିବା ପରେ ଖାରବଳେନଗର ଥାନାରେ ଏତଲା ଦାୟର କରିଥିଲେ । ପୁଲିସ ମାମଲାକୁ ଗୁରୁତର ସହ ନେଇ ଖୋଳତାଡ ଆରମ୍ଭ କରିଥିଲା । ମଙ୍ଗଳବାର ରାତିରେ ପୁଲିସ ଅଜୟକୁ ଗିରଫ କରିଛି ।