ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ଗଞ୍ଜାମ ଆରଟିଓ ଅଫିସର ଭିତିରି କଥା । ମାତିଛନ୍ତି ଦଲାଲ, ମାଲେମାଲ କର୍ମଚାରୀ । ବିଚ ରାସ୍ତାରେ ଆଦାୟ ହେଉଛି ବେଆଇନ ଚାନ୍ଦା । ଟଙ୍କା ଆସୁଛି, ରସିଦ କଟୁନି । କାନ୍ଦୁଛନ୍ତି ଡ୍ରାଇଭର, ଅଏସ କରୁଛନ୍ତି ଅଫିସର । ଖୁଲେଆମ ହେଉଛି ଚଞ୍ଚକତା । ଏଟିଆର ଟିମର ସବୁଠୁ ବଡ଼ ଅନୁସନ୍ଧାନ । ଖୁବଶୀଘ୍ର ଫର୍ଦ୍ଦାଫାସ ହେବ ଲାଞ୍ଚୁଆ ଅଧିକାରୀଙ୍କ ।
ଆରଟିଓ ଅଫିସରେ ବେଆଇନ କାରବାର ଓ ରାସ୍ତା ମଝିରେ ଅଫିସରଙ୍କ ଦଲାଲଗିରି ସମ୍ପର୍କରେ ଅଭିଯୋଗ ପହଞ୍ଚିଥିଲା ଏଟିଆର ପାଖରେ । ଅନୁସନ୍ଧାନରୁ ଜଣାପଡିଛି ଉଠୁଥିବା ଅଭିଯୋଗର ସତ୍ୟତା ଅନେକ ରହିଛି । ଯାହାର କିଛି ଲେଖାଯୋଖା ପ୍ରମାଣ ଏବେ ଏଟିଆର ନ୍ୟୁଜର ହସ୍ତଗତ ହୋଇଛି । ସ୍ୱଳ୍ପ ସମୟ ମଧ୍ୟରେ ପୂରା ଘଟଣା ଉପରୁ ପରଦା ହଟାଇ ଏହି ଲାଞ୍ଚୁଆ ବାବୁଙ୍କ ଅସଲ ଚେହେରା ସାମ୍ନାକୁ ଆଣିବୁ ।
ଏଠାରେ ସୂଚନାଯୋଗ୍ୟ, ବାଟହୁଡୁଥିବା ସରକାରୀ ବାବୁଙ୍କୁ ଟ୍ରାକକୁ ଆଣିବା ଲାଗି ଏଟିଆରର ଜନ୍ମ । ସତ ପାଇଁ ସବୁବେଳେ ସଜାଗ ରହିଛୁ ଆମେ । ନା ପ୍ରଲୋଭନର ଶିକାର ହେଉ ନା’ କାହା ମିଠା କଥାରେ ଭାସିଯାଉ । ଆମର ସ୍ୱାର୍ଥ କେବଳ ଲୋକଙ୍କ ଭରସା ଓ ବିଶ୍ୱାସ ।