ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ମୋଦୀଙ୍କ ସୁରକ୍ଷାକୁ ନେଇ ଏକ ନୂଆ ଟିମ ସାମିଲ । ଟିମରେ ରହିଛନ୍ତି ବଛା ବଛା ମହିଳା ସୁରକ୍ଷା କର୍ମୀ । ଅବିଶ୍ୱାସ ଲାଗୁଥିଲେ ବି କଥାଟା ଏକଦମ ସତ । ମୋଦିଙ୍କ ସୁରକ୍ଷାରେ ରହିବେ ମହିଳା କମାଣ୍ଡୋ ।
ଯେତେବେଳେ ସ୍ୱାଧିନତା ଦିବସ ଲାଗି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ଛିଡା ହୋଇ ଭାଷଣ ମାରିବେ ଠିକ ସେହି ସମୟରେ ପୂରା ଘଟଣା ଉପରେ ନଜର ରଖିବେ ଏହି ମହିଳା କମାଣ୍ଡୋ ଟିମ । ପ୍ରଥମ ଥର ଲାଗି ଦିଲ୍ଲୀ ପୁଲିସ ପକ୍ଷରୁ ଏହି ମହିଳା ସ୍କ୍ୱାଟ ଟିମକୁ ନିୟୋଜିତ କରାଯିବ । କେବଳ ଏତିକି ନୁହେଁ ବଡକଥା ହେଉଛି ଦିଲ୍ଲୀର ପୂରା ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱ ଏହି କମାଣ୍ଡୋ ହାତରେ ଦିଆଯାଇଛି ।
ଆଉ ଦିନ କେଇଟା ପରେ ରହିଛି ସ୍ୱାଧିନତା ଦିବସ । ଗୋଟିଏ ପଟେ ଏହାକୁ ଭଣ୍ଡୁର କରିବା ଲାଗି ଆତଙ୍କବାଦୀ ଲକ୍ଷ ରଖିଥିବା ବେଳେ ଏପଟେ ସେମାନଙ୍କୁ କଡ୍ଡା ଟକର ଦେବା ଲାଗି ଏହି ନୂଆ ମହିଳା ସ୍କ୍ୱାଟ ଟିମକୁ ସାମିଲ କରାଯାଇଛି । ଟିମରେ ରହିଛନ୍ତି ବଛାବଛା ୩୬ଜଣ ମହିଳା କମାଣ୍ଡୋ । ବିଭିନ୍ନ ସିକ୍ୟୁରିଟି ଓ ଏକ୍ସପର୍ଟଙ୍କ ତତ୍ତ୍ୱାବଧାନରେ ୧୫ମାସର ଟ୍ରେନିଂ ନେଇଛନ୍ତି ଏହି କମାଣ୍ଡୋ ଟିମ ।