ଭୁବନେଶ୍ୱର (ଏଟିଆର ବ୍ୟୁରୋ) : କ୍ଷୀର ସ୍ୱାସ୍ଥ୍ୟ ପାଇଁ ବେଶ ଲାଭ ଦାୟକ । ଏଥିରେ କ୍ୟାଲସିୟମ ପ୍ରଚୁର ପରିମାଣରେ ରହିଛି । ହେଲେ କ୍ଷୀର ପିଇବା ପରେ କେତେକ ଫଳ ଅଛି, ଯାହା ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ବିଗିଡିପାରେ । ତେବେ ଆସନ୍ତୁ ଜାଣିବା, କ୍ଷୀର ପରେ କେଉଁ ଫଳ ନଖାଇବା ଦରକାର ।
କ୍ଷୀର ପିଇବା ପରେ ପଣସ ଖାଇବା ଦ୍ୱାରା ଶରୀରରେ ରିଆକ୍ସନ କରିଥାଏ । ଏହାସହ କୁଣ୍ଡିଆ ଭଳି ଚର୍ମ ରୋଗରେ ମଧ୍ୟ ଶିକାର ହୋଇପାରନ୍ତି ।
କ୍ଷୀର ପରେ ଲେମ୍ବୁ ପାଣି ପିଇବା ବି ଆଦୌ ଠିକ୍ ନୁହେଁ ।
କ୍ଷୀର ପରେ କଲରା ଖାଇବା କ୍ଷତିକାରକ । ଏହାଦ୍ୱାରା ଦାନ୍ତ ଓ ଚର୍ମ ରୋଗ ଭଳି ସମସ୍ୟା ଉପୁଜିବାର ଆଶଙ୍କା ରହିଛି ।
ମୁଗ, ଚଣା ଡାଲି ମଧ୍ୟ କ୍ଷୀର ପରେ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହାନୀକାରକ ।
ଏହା ସହିତ କୌଣସି ଫଳମୂଳ ବି ନଖାଇବା ସବୁଠାରୁ ଭଲ ।