ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୋଲିସ୍ ଏନକାଉଣ୍ଟରରେ ଆହତ ଗ୍ୟାଙ୍ଗଷ୍ଟାର ଟିଟୋର ରିମାଣ୍ଡ ଆବେଦନକୁ ନେଇ ଆଜି ଶୁଣାଣି ହୋଇପାରେ । ମେଡିକାଲରେ ଚିକିତ୍ସାଧୀନ ଟିଟୋକୁ ଗତକାଲି ଡିସ୍ଚାର୍ଯ କରାଯାଇଥିଲା । ତାପରେ ତାକୁ କେନ୍ଦ୍ରାପଡା କୋର୍ଟରେ ହାଜର କରାଯାଇଥିଲା । ମାତ୍ର କୋର୍ଟରେ ଜାମିନ୍ ଖାରଜ ହେବାରୁ ତାକୁ ଜେଲ୍ କୁ ପଠାଇ ଦିଆଯାଇଥିଲା ।
ସୂଚନାନୁଯାୟୀ ,ଗତ ଜୁନ୍ ୩୦ ତାରିଖରେ ଯାଜପୁର ଚଣ୍ଡୀଖୋଲ ନିକଟରେ ଗ୍ୟାଙ୍ଗଷ୍ଟାର ଟିଟୋକୁ ପୋଲିସ ଏନକାଉଣ୍ଟର କରିଥିଲା । ଝଞୠ ଊଓଏ ହିମାଂଶୁଲାଲଙ୍କ ନେତୃତ୍ୱରେ ହୋଇଥିବା ଏହି ଏନକାଉଣ୍ଟରରେ ଟିଟୋକୁ ଗୁରତର ଅବସ୍ଥାରରେ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।