ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଶେଷରେ ପଡିଲା ପ୍ରଭାବ । ଗାଦି ଛାଡିଲେ କରିତକର୍ମା କନଷ୍ଟେବଳ । ଢ଼େରଦିନ ହେବ ଆସ୍ଥାନ ଜମାଇ ପୂରା ଅଞ୍ଚଳକୁ ଖୋଳ କରୁଥିବା କନଷ୍ଟେବଳଙ୍କୁ ଏଥର ବଦଳି କରାଯାଇଛି । ତାହାପୁଣି ସିଧା ସହରର ବର୍ଡର ଲାଇନକୁ । ନୂଆ ଆଇଆଇସିଙ୍କ ଯୋଗଦାନ ପରେ ସମ୍ପୃକ୍ତ କନଷ୍ଟେବଳଙ୍କୁ ଉତ୍ପାତ ଢ଼େର ବଢ଼ିଯାଇଥିଲା । ଥାନା ଅଧିକାରୀ ନିଜ ଏରିଆ ବିଷୟରେ ଠିକସେ କିଛି ବୁଝି ନଥିବା ବେଳେ ଏହାର ଭରପୁର ଫାଇଦା ଉଠାଇଥିଲେ କନଷ୍ଟେବଳ । ଥାନା ଅଧିକାରୀଙ୍କ ନାଁରେ ସେ ଲୋକଙ୍କୁ ଚୂନ ଲଗାଇଥିଲେ । ପରିସ୍ଥିତି ଏପରି ହୋଇଥିଲେ ଯେ, ଅଯଥା ବଦନାମ ହୋଇଥିଲେ ଆଇଆଇସି ।
ତେବେ ଏନେଇ ଏଟିଆର ପକ୍ଷରୁ ଆରମ୍ଭ ହୋଇଥିଲା ଅନୁସନ୍ଧାନ । ସାମ୍ନାକୁ ଆସିଥିଲା କରିତକର୍ମା କନଷ୍ଟେବଳଙ୍କ ଅସଲ ଚେହେରା । ଆଇଆଇସିଙ୍କୁ ଢ଼ାଲ କରି ବାସ୍ତବରେ ଖୋଳ କରୁଥିଲେ ସେ । ଏ ସମ୍ପର୍କରେ ଏଟିଆର ଖବର ପକାଶ କରିବା ପରେ ସମ୍ପୃକ୍ତ କନଷ୍ଟେବଳଙ୍କ ଅକଲ ଗୁଡୁମ ହୋଇଯାଇଥିଲା । ନିଜ ଦୋଷ ଛପାଇବାକୁ ଓ ଖବର ଚପାଇବାକୁ ସେ ପ୍ରଥମେ ଏଟିଆରକୁ ଲାଞ୍ଚ ଦେବାକୁ ଉଦ୍ୟମ କରିଥିଲେ । କିନ୍ତୁ ନିରାଶ ହେବା ପରେ ଶେଷରେ ଧମକ ଦେଇଥିଲେ । ଯାହା ସମ୍ପର୍କରେ ପୁଣି ଥରେ ଏଟିଆର ଖବର ପ୍ରକାଶ କରିଥିଲା । ନିରୁପାୟ ହୋଇ କରିତକର୍ମା କନଷ୍ଟେବଳ ଜଣଙ୍କ ଶେଷରେ ଏଟିଆରକୁ ବଦନାମ କରିବାକୁ ବି ପଛାଇ ନଥିଲେ ।
କଥାରେ ଅଛି ନା’ ସତ କେବେ ଲୁଚି ରହେନି । ଏବେ ସତ କ’ଣ ତାହା ସମସ୍ତଙ୍କ ସାମ୍ନାରେ । ଏଠାରେ ସୂଚନାଯୋଗ୍ୟ, ଶାଢ଼ୀ ଦୋକାନ ହେଉ କି’ ତେଜରାତି ଦୋକାନ । କାହାରିକୁ ବି ବାଦ ଦେଉନଥିଲେ କନଷ୍ଟେବଳ । ପଶୁଥିଲେ, ଭରା ମାଲ ଉଠାଉଥିଲେ । ନେଇ ନେଇ ପୂରା ଖୋଳ କରି ସାରିଥିଲେ । ସାରା କମିଶନରେଟ ପୁଲିସରେ ଏମିତି କେହି ନଥିଲେ, ଯେମିତି ଇଏ ହେଉଥିଲେ । ମହାଶୟ ସବୁବେଳେ ସିଭିଲରେ ଥାଆନ୍ତି । ଥାନା ଭିତରେ ତାଙ୍କର କେବେ ଦେଖା ମିଳେନି । ବରଂ ୨୪ ଘଣ୍ଟା ବାହାରେ ସେ ଚକ୍କର କାଟନ୍ତି । କାହାକୁ ସ୍ପେଶାଲ ସ୍କ୍ୱାଡ ଷ୍ଟାଫ ତ’ ପୁଣି କେତେବେଳେ ନିଜକୁ ଥାନା ସବଇନ୍ସପେକ୍ଟର ପରିଚୟ ଦେଇ ନିଜର ରୋବାବ ଦେଖାନ୍ତି ।
ମହାଶୟଙ୍କ ଏହି କାରନାମା ଆଜିକାର ନୁହେଁ ବରଂ ଥିଲା ଢ଼େରଦିନର । ଯେଉଁଥିରେ ଏବେ ପୃଷ୍ଠପ ପକାଇଛନ୍ତି ବରିଷ୍ଠ ଅଧିକାରୀ । ଏହି କରିତକର୍ମା କନଷ୍ଟେବଳଙ୍କ ବଦଳି ପରେ ସ୍ଥାନୀୟ ଲୋକ ଖାସ କରି ଛୋଟମୋଟ ବ୍ୟବସାୟୀଙ୍କ ମନରେ ଖୁସିର ଝଲକ ଦେଖିବାକୁ ମିଳିଛି । ସାବାସ କମିଶନରେଟ ପୁଲିସ ବୋଲି ଲୋକେ ମତ ରଖିଛନ୍ତି ।