ଭଦ୍ରକ(ଏଟିଆର ବ୍ୟୁରୋ): ନିଜେ ବାଡ ହୋଇ ଖେତ ନଷ୍ଟ କରିବା ଭଳି ଘଟଣା ଘଟିଛି ଭଦ୍ରକରେ । ଟ୍ରେନରୁ ଚୋରୀ କରି ଦୁଇ ରେଳ କର୍ମଚାରୀ ଗିରଫ ହୋଇଛନ୍ତି । ଭଦ୍ରକ ଜିଲ୍ଲା ମଂଜୁରୀ ରୋଡ ରେଳ ଷ୍ଟେସନକୁ ଟ୍ରେନ ଯୋଗେ ଆସୁଥିବା ପାର୍ସଲ ସାମଗ୍ରୀ ସବୁ ଚୋରୀ କରୁଥିଲେ ଦୁଇଜଣ । ଏ ଦୁଇ ଲୁଟେରା ହେଲେ ମଂଜୁରୀ ରୋଡ ଷ୍ଟେସନ ମ୍ୟାନେଜର କେ.ବି ଓଝା ଓ ଟୋକନ ର୍ପୋଟର ସାମସନ ବିଶ୍ୱାଳ । ଘଟଣାଟି ସାମ୍ନାକୁ ଆସିବା ପରେ ଭଦ୍ରକ ଆର ପି ଏଫ ଦ୍ୱାରା ଦୁଇଜଣ ଗିରଫ ହୋଇଛନ୍ତି ।
ଘଟଣାରେ ଚୋରୀ ସମ୍ପୃକ୍ତିରେ ଦୁଇ ରେଳ କର୍ମଚାରୀଙ୍କ ସହ ଜଣେ ସାଧାରଣ ଲୋକ କୁ ମଧ୍ୟ ଗିରଫ କରି ର୍କୋଟ ଚାଲଣ କରିଛି ରେଳବାଇ ପୋଲିସ । ଏଭଳି ଘଟଣା ପଦାକୁ ଆସିବା ପରେ ରେଳ ଦ୍ୱାରା ପରିବହନ ବ୍ୟବସ୍ତାକୁ ନେଇ ଲୋକଙ୍କ ମନରେ ଆଶଂକା ସୃଷ୍ଟି ହୋଇଛି ।