ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ହାତି ଖସିଯାଉଛି ହେଲେ ପିମ୍ପୁଡି ଯାଇ ପାରୁନି । ଏହି ଉକ୍ତିକୁ ପୁଣି ପ୍ରମାଣ କରିଛି ପୁଲିସ ବିଭାଗ । ରେକର୍ଡ କହୁଛି ଅନେକ ବରିଷ୍ଠ ଅଧିକାରୀ ରହିଛନ୍ତି ଯେଉଁମାନଙ୍କ ନାଁରେ ଏକାଧିକ ଅଭିଯୋଗ ଉଠିଛି । ମାମଲା ମାନବାଧିକାର କମିଶନରଙ୍କ ନିକଟରେ ମଧ୍ୟ ପହଁଚିଛି । କିନ୍ତୁ ଠିକଣା ବେଳକୁ ସେମାନଙ୍କ ଲାଗି ସବୁ ଠିକ । ହେଲେ ଏପଟେ ଢ଼େରଦିନ ହେବ ସଚ୍ଚୋଟରେ ଥାଇ ମଧ୍ୟ ଏ ଅଫିସରୁ ସେ ଅଫିସକୁ ଦୌଡି ଦୌଡି ଜଣେ ଦକ୍ଷ ପୁଲିସ ଅଫିସରଙ୍କ ଚପଲ ଘୋରି ହୋଇଯାଉଥିଲେ ମଧ୍ୟ କେହି ଶୁଣିବାକୁ ନାରାଜ ।
ସାଲିସ କରିପାରୁନଥିବା ଏହି ଦକ୍ଷ ଅଫିସରଙ୍କ ପ୍ରତି ଏଭଳିି ଅନ୍ୟାୟକୁ ନେଇ ଏବେ ଉଠିଛି ପ୍ରତିବାଦର ସ୍ୱର । ତୁରନ୍ତ ବିଭାଗ ଏଥିପ୍ରତି ନଜର ନଦେଲେ ଆଗକୁ ଏହା ଆନ୍ଦୋଳନର ରୂପ ନେବ ବୋଲି ଚେତବାନୀ ଦେଇଛନ୍ତି ଜନତା । ଆମେ କହୁଛୁ ପୁଲିସ କମ ବରଂ ଏନକାଉଁଟର ସେଷ୍ପାଲିଷ୍ଟ ଭାବେ ବେଶ ଜଣାଥିବା ଆଲୋକ ଜେନାଙ୍କ ସମ୍ପର୍କରେ । ଦିନ ଥିଲା ତାଙ୍କର କାର୍ଯ୍ୟରେ ନିଶ ଫୁଲାଇ ବାହାଷ୍ଫୋଟ ମାରୁଥିଲା ପୁଲିସ । ଯେଉଁ ଅପରାଧୀଙ୍କୁ ଧରିବାକୁ ଯାଇ ଅନେକ ଅଫିସର ନାକେଦମ ହେଉଥିଲେ ସେଠି ନିଜର ସାହାସ ଓ ଦକ୍ଷତା ବଳରେ ଖୁବ କମ ସମୟ ମଧ୍ୟରେ ଅପରାଧୀଙ୍କୁ ଖୁଆଡ ଦେଖାଉଥିଲେ ଆଲୋକ ଜେନା ।
ଲିଙ୍ଗରାଜ ଥାନା ଅଧିକାରୀ ଥିବା ବେଳେ ବାଡୁ ହତ୍ୟା ମାମଲା ତ’ ତାଙ୍କୁ ଆଣିଦେଇଥିଲା ଅନେକ ସଫଳତା । ଯେଉଁଥିରେ ଗିରଫ ହୋଇଥିଲେ ୫ଜଣ କୁଖ୍ୟାତ ଅପରାଧୀ । ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଥିବା ଆଲୋକ ଜେନାଙ୍କୁ ଖାସ କରି ଏଥିପାଇଁ ସ୍ପେଶାଲ ସ୍କ୍ୱାଡରେ ଭର୍ତି କରାଯାଇଥିଲା । ଏଠାରେ ରହିବା ପରେ ମଧ୍ୟ ସେ ଅନେକ ଅପରାଧୀଙ୍କ ବ୍ୟାଣ୍ଡ ବଜାଇଥିଲେ । ଯେଉଁଥିପାଇଁ ସହରବାସୀ ଶାନ୍ତିରେ ନିଶ୍ୱାସ ମାରିବାକୁ ସକ୍ଷମ ହୋଇଥିଲେ । ଏପରି ଜଣେ ଅଫିସର ଆଜି କିନ୍ତୁ ଅବହେଳିତ । ତାହା ପୁଣି ବଡବଡିଆ ବାବୁଙ୍କ ଲାଗି । ଯେଉଁ ବାବୁମାନେ ଦିନେ ସେହି ଆଲୋକ ଜେନାଙ୍କ ପାଇଁ ସେମାନଙ୍କ ବଡ଼ ବାବୁଙ୍କ ପାଖରେ ଛାତି ଫୁଲାଇ ଠିଆ ହେଉଥିଲେ ।
କିନ୍ତୁ ଚକ୍ରାନ୍ତର ଶିକାର ଆଉ ଚାପର ବଶବର୍ତି ହୋଇ ଆଲୋକ ଜେନା ଭିଆରଏସ ଲାଗି ଆବେଦନ କରିଥିବା ବେଳେ ବିଭାଗୀୟ ଅଧିକାରୀ ଚୂପ ରହିବା ଅନେକ ପ୍ରଶ୍ନ ଛିଡା କରିଛି । ପ୍ରଶ୍ନ ଉଠୁଛି ଆଲୋକ ଜେନାଙ୍କ ଉପରେ କାହିଁକି ଏତେ ରାଗ? ଶୁଣିବାକୁ ମିଳୁଛି ସଚ୍ଚୋଟ ଅଫିସର ଭାବେ ଜଣେ ମନ୍ତ୍ରୀଙ୍କ ଭାଇକୁ ଜେଲ ପଠାଇଥିବାର ଏ ହେଉଛି ପରିଣାମ? ଯଦି ଏହା ସତ ହୁଏ ତେବେ ଏହା ଆଗାମୀ ଦିନ ଲାଗି ସାଙ୍ଘାତିକ ହେବ । ଏଠାରେ ସୂଚନାଯୋଗ୍ୟ କେନ୍ଦ୍ରାପଡାରେ ଏସିପି ଥିବା ବେଳେ ସାରଥୀ ମାମଲାରେ ବିବାଦୀୟ ପରିସ୍ଥିତିକୁ ଆସିଥିଲେ ସତିଶ ଗଜଭିୟେ । ଏବେ ସେ ମୁକ୍ତ ହୋଇଥିବା ବେଳେ ଏକ ଛୋଟିଆ ଘଟଣାରେ କିନ୍ତୁ ଘାଁଟିଚକଠଟି ହେଉଛନ୍ତି ଆଲୋକ । ଏହା କେତେଦୂର ଠିକ? ସବୁଠୁ ବଡ଼ କଥା ହେଉଛି ସହିଦନଗର ଥାନାରେ ଥିବା ବେଳେ କୁଳଦୀପ ଘଟଣାରେ ବିବାଦରେ ଛନ୍ଦି ହୋଇଥିଲେ ଆଲୋକ ଜେନା ।
ଯେତେବେଳେ କି’ ପ୍ରେସମିଟ ଜରିଆରେ ଡିସିପି କୁଳଦୀପର କାହାଣୀ ବଖାଣି ସେ ହସପିଟାଲରେ ଥିବା କହିଥିଲେ । କିନ୍ତୁ ସେତେବେଳକୁ କୁଳଦୀପ ଦୁନିଆଁ ଛାଡି ସାରିଥିଲେ । ଏଠି ପ୍ରଶ୍ନ ଏହି ଘଟଣା ପାଇଁ କାହିଁକି ଦାୟୀ ହେବେ ନି ଡିସିପି? ସବୁବେଳେ ତଳିଆ କର୍ମଚାରୀଙ୍କୁ ବଳି ଦେଇ କାହିଁକି ଖସିଯାଉଛନ୍ତି ବରିଷ୍ଠ ଅଧିକାରୀ । ଏ ଗୋଟିଏ ଘଟଣା ନୁହେଁ ପୁଲିସ ରେକର୍ଡ କହୁଛି ଏମିତି ଅନେକ ଘଟଣା ଘଟିଛି ଯେଉଁଥିରେ ତଳିଆ କର୍ମଚାରୀ ହିଁ ବେଶି ଅଡୁଆରେ ପଡିଛନ୍ତି । ତେବେ ସେ ଯାହା ହେଉ ଆଲୋକ ଜେନାଙ୍କ ଭଳି ଜଣେ ଅଫିସରଙ୍କୁ ଜାଣିଶୁଣି ଚାପରେ ରଖାଯାଉଥିବା ଘଟଣା ନିହାତି ଭାବେ ନିନ୍ଦନୀୟ ବୋଲି ଚର୍ଚ୍ଚା ହେଉଛି ।
ସବୁଠୁ ବଡ଼ କଥା ହେଉଛି ୧୦ଜଣ ବିବାଦୀୟ ଅଫିସରଙ୍କୁ ବିଭାଗ ମାଫ କରିଥିବା ବେଳେ ଆଲୋକଙ୍କ ପ୍ରତି ଅନ୍ୟାୟ କରିବା ସତରେ ବିଭାଗର ମନମାନିକୁ ପଦାରେ ପକାଇଛି । ଖୁବ ଶୀଘ୍ର ଏହା ଉପରେ ପଦକ୍ଷେପ ନେବା ଲାଗି ଦାବି ହୋଇଛି ।
Sukanta sahoo
Really an eminent officer like Alok Jena the real dabang of police department shouldn’t not be harassed like the way he is suffering. The right of the officer should be properly taken care
Sukanta sahoo
Thanks to ATR news for exposing the internal affairs of such illegalities
a dash
what about the other channels OTV, KANAK NEWS…..this scenario must be brought to the sight of the people