ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କୃଷି କାର୍ଯ୍ୟ ପାଇଁ ଜଳ ସଙ୍କଟ ଧୀରେ ଧୀରେ ଦେଖା ଦେଉଥିବା ବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧ଲକ୍ଷ ୨୫ହଜାର କୂଅ ଖୋଳି ଜଳ ସେଚନ ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସବୁ ଜିଲ୍ଲାରେ ଖୋଳାଯିବ କୂଅ । ଯେଉଁ ଚାଷୀମାନଙ୍କର ଜମି ରହିଥିବ କେବଳ ସେହି ଚାଷୀ ମାନଙ୍କର ଏହି କୂଅ ଖୋଳାଯିବ ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାକର ପାଟିଲ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଆସନ୍ତା ୨୫ତାରିଖ ସୁଦ୍ଧା ବ୍ଲକ ବାରି ତାଲିକା ପ୍ରସ୍ତୁତ କରି ବିଭାଗକୁ ପଠାଇବା ପାଇଁ କହିଛନ୍ତି । ଏହି ପ୍ରକଳ୍ପ ଅନୁଯାୟ ମୟୂରଭଞ୍ଜରେ ୧୪ହଜାର ୭୦୦ଟି, ଗଞ୍ଜାମରେ ୧୨ହଜାରଟି ଓ ସୁନ୍ଦରଗଡରେ ୧୧ହଜାର ଗଭୀର କୂଅ ଖୋଳିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅତୀତରେ ସରକାର ସବୁ ବ୍ଲକରେ ୩୫ପ୍ରତିଶତ ଜଳସେଚନ କରିବାକୁ ଘୋଷଣା କରିଥିଲେ ।ହେଲେ ଘୋଷଣା ଘୋଷଣା ହୋଇରହିଗଲା । ଏବେ ବି ଜଳ ଅଭାବରୁ ଚାଷ କାର୍ଯ୍ୟରେ ଅନେକ ବାଧା ସୃଷ୍ଟି ହେଉଛି ।