ଉତ୍ତରାଖଣ୍ଡ(ଏଟିଆର ବ୍ୟୁରୋ):ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଶିମଠ ଧଉଳି ଗଙ୍ଗା ନଦୀ କୂଳରେ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।ହଠାତ ବରଫ ତରଳି ମାଡି ଆସିଲା ମାଟି ଓ ଅତଡା ମିଶା ପାଣି । ଏହି ବନ୍ୟା ପରିସ୍ଥିତି ଧଉଳି ଗଙ୍ଗା କୂଳରେ ରହୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ପ୍ରାୟ ୧୫୦ ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି ।
ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ କହିବାନୁସାରେ ଗ୍ଲାସିୟର ଭାଙ୍ଗିବା ପରେ ଧୋଲୀଗଙ୍ଗା ନଦୀରେ ପ୍ରବଳ ବନ୍ୟା ଆସିଥିଲା । ଖବର ପାଇ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିବା ବେଳେ ଏଥିରେ ଅନେକ ଗ୍ରାମବାସୀଙ୍କର ଘର ନଷ୍ଟ ହୋଇଯାଇଥିବାର କୁହାଯାଇଛି । ଏହାମଧ୍ୟରୁ ଅନେକଙ୍କ ଜୀବନ ହାନି ହେବାର ଆଶଙ୍କା ରହିଛି ।
ଆଟିବିପି, ଏସଡିଆରଏଫ ଏବଂ ଏନଡିଆରଏଫର ୧୦ଟି ଟିମର ୨ଶହ ଜଣ ଯବାନ ଉଦ୍ଧାର କାମରେ ଲାଗିଛନ୍ତି । ଏହା ସହ ଭାରତୀୟ ସେନାର ପ୍ରାୟ ୬୦୦ଯବାନ ଘଟଣାସ୍ଥଳକୁ ଯାତ୍ରା ଆରମ୍ଭ କରିଥିବା ଜଣାପଡ଼ିଛି। ଉଦ୍ଧାର କାର୍ୟ୍ୟ ପାଇଁ ବାୟୁସେନାର ହେଲିକପ୍ଟରକୁ କାମରେ ଲଗାଯାଇଛି।
ଏହା ଦ୍ୱାରା ହରିଦ୍ୱାର ,ଋୁଶିକେଶ ଓ ଶ୍ରୀନଗରରେ ଆଲର୍ଟ ଜାରି ରହିଛି । ପରିସ୍ଥିତିୁ ଦୃଷ୍ଟିରେ ରଖି ଲୋକେ ସତର୍କ ହୋଇ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି ।