ବଲାଙ୍ଗିର(ଏଟିଆର ବ୍ୟୁରୋ): ରାଜ୍ୟରେ ସବୁ ଦିନ କିଛି ନା କିଛି ଚୋରା ଚାଲାଣ ହେଉଥିବାର ଖବର ଦେଖିବାକୁ ମିଲୁଛି । କେବେ ଗୋରୁ ଚାଲାଣ ତ ଆଉ କେବେ ଗଞ୍ଜେଇ ଚାଲାଣ । ଏଭିଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଆରଟିଓ ଅଫିସ ନିକଟରେ । ଚୋରା ଗଞ୍ଜେଇ ଚାଲାଣ କରୁଥିବା ହାଇୱା ଗାଡି ଧରିଛି ପୋଲିସ । ମାଲକାନାଗିରିରୁ ସମ୍ବଲପୁରକୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବାର ଖବର ବଲାଙ୍ଗିର ପୋଲିସକୁ ମିଳିଥିଲା । ତେବେ ବଲାଙ୍ଗିର ପୋଲିସର ଏକ ସ୍ୱତନ୍ତ୍ର ଟିମ ହାଇୱାକୁ ଧରିବା ପାଇଁ ଜାଲ ବିଛାଇ ଥିଲା ।
ବିଲମ୍ବିତ ରାତିରେ ପୋଲିସ ହାଇୱାଟିକୁ ଆରଟିଓ ଅଫିସ ସମ୍ମୁଖରେ ଅଟକାଇ ଜାଞ୍ଚ କରିଥିଲା । ଏହି ସମୟରେ ଗାଡିରେ ବହୁ ମାତ୍ରରେ ଗଞ୍ଜେଇ ପାଇଥିଲା ପୋଲିସ । ଏହା ପରେ ଡ୍ରଇଭରକୁ ପଚରାଉଚରା କରିଥିଲା । ତେବେ ଅନ୍ଧାରର ସୁଯୋଗ ନେଇ ଗାଡିରେ ଥିବା ଅନ୍ୟ ଜଣେ ଯୁବକ ଫେରାର ହୋଇଯାଇ ଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇ ଡ୍ରଇଭର ନିରଞ୍ଜନ ପ୍ରଧାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ହାଇୱାରେ ୪୪ଟି ପଲିଥିନ ବସ୍ତାରେ ୧୦କୁଇଣ୍ଟାଲ ୪୨କିଲେ ଗଞ୍ଜେଇ ଥିଲା ।