ଧର୍ମଗଡ (ଏଟିଆର ବ୍ୟୁରୋ); ଗୁରୁବାର ୧୨ ଘଣ୍ଟିଆ ବନ୍ଦ ରହିଛି ଧର୍ମଗଡ । ଧର୍ମଗଡ ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡକରାକୁ ୬ଟି ବ୍ଳକ ସର୍ମଥନ କରି ସଫଳ କରିବା ପାଇଁ ଅହ୍ୱାନ ଦେଇଛନ୍ତି । ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକମାନେ ମଧ୍ୟ ସମର୍ଥନ କରିଛନ୍ତି । ସେପଟେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କ୍ରିୟାନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।
ଆନ୍ଦୋଳନକାରୀ ମାନେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଫଳରେ ଯାତାୟତ ଠପ ହୋଇ ଯାଇଛି । ସେପଟେ ଏହି ବନ୍ଦ ଡାକରା ପାଇଁ ସ୍କୁଲ, କଲେଜ ଏବଂ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ସରକାରୀ କାଯ୍ୟାଳୟ ସମେତ ବେସରକାରୀ କାର୍ଯ୍ୟାଳୟ ଏବଂ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଯାହା ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।