ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟରେ ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୦୫୫କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୮ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୮ ଜଣ ସ୍ଥାନୀୟ ବାସିନ୍ଦା ।
COVID-19 REPORT FOR 14th JUNE
New positive cases: 146
In quarantine: 128
Local contacts: 18(Details of local contacts will be shared by concerned District Administration)
District wise cases
1. Khordha: 7
2. Nayagarh: 4
3. Jharsuguda: 1
4. Raygada: 5
5. Cuttack : 19— I & PR Department, Odisha (@IPR_Odisha) June 15, 2020
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୪୮ ଜଣ କନ୍ଦମାଳରୁ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୭, ନୟାଗଡରୁ ୪, ଝାଡସୁଗୁଡାରୁ ଜଣେ, ରାୟଗଡାରୁ ୫, କଟକରୁ ୧୯, ଜଗତସିଂହପୁରରୁ ୪, ବାଲେଶ୍ୱରରୁ ୮, ଢେଙ୍କାନାଳରୁ ଜଣେ, ଅନୁଗୁଳରୁ ୬, ଗଞ୍ଜାମରୁ ୮, ସୋନପୁରରୁ ୨, ଭଦ୍ରକରୁ ୧୯, ସମ୍ବଲପୁରରୁ ଜଣେ, ସୁନ୍ଦରଗଡରୁ ୪ ଚିହ୍ନଟ ହୋଇଛନ୍ତି । ସେହିପରି ଅମ୍ପାନ ମୁକାବିଲା ପଶ୍ଚିମବଙ୍ଗରୁ ଫେରିଥିବା ଅଗ୍ନିଶମ ବିଭାଗରୁ ୯ ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
6. Jagatsinghpur: 4
7. Balasore : 8
8. Dhenkanal: 1
9. Angul: 6
10. Ganjam:8
11. Sonepur:2
12. Bhadrak:19
13. Kandhamal:48
14. Sambalpur: 1
15. Sundergarh: 4
16. Fire personnel returned from Amphan duty in West Bengal: 9— I & PR Department, Odisha (@IPR_Odisha) June 15, 2020