ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବାରମ୍ବାର ମଠ ମନ୍ଦିର ମାନଙ୍କରେ କୋଟି କୋଟି ଟଙ୍କା ଦୁର୍ନୀତି ନେଇ ଅଭିଯୋଗ ହୋଇଥାଏ । ଅନେକ ମଠ ଓ ମନ୍ଦିରର ଅଡିଟ ରିପୋର୍ଟ ମଗାଯାଇ ଠାକୁରଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଲୁଟ ହୋଇଥିବା ନେଇ ପ୍ରମାଣ ମଧ୍ୟ ମିଳିଛି । ଏବେ ପୁଣି ରାଜ୍ୟରେ ଥିବା ପାଖାପାଖିଟି ୧୫୦ଟି ମନ୍ଦିର ଅଡିଟ ରିପୋର୍ଟ ଆଣିବା ପାଇଁ ସରକାର ଏଜିକୁ ସୁପାରିସ କରିଛନ୍ତି । ସରକାର ମାଗିଥିବା ୧୫୦ଟି ଅଡିଟ ରିପୋର୍ଟ ମଧ୍ୟରୁ ଭୁବନେଶ୍ୱରର ପାଖାପାଖି ୧୦ଟି ମନ୍ଦିର ସହ ଗୋଟିଏ ମଠ ରହିଛି ।
ଭୁବନେଶ୍ୱରର ଜାଗମରା ସ୍ଥିତ ସରସ୍ୱତୀ ଦେବୀ ଠାକୁରାଣୀ, ମଞ୍ଚେଶ୍ୱର ସ୍ଥିତ ମଞ୍ଚନାଥ ଦେବ, ସପ୍ତସତୀ ଠାକୁରାଣୀ, ଚନ୍ଦ୍ରଶେଖରପୁର ବିଡିଏ କଲୋନିର ନୀଳକଣ୍ଠେଶ୍ୱର ମନ୍ଦିର, ଜନପଥର ଗିରିଦୁର୍ଗା ମନ୍ଦିର, ବରିମୁଣ୍ଡର ଲକ୍ଷେଶ୍ୱର, ଲକ୍ଷ୍ମୀସାଗର ସ୍ଥିତ ପତିତପାବନ ଦେବ ମନ୍ଦିର, ମା’ ଭୁଆଷୁଣି ଠାକୁରାଣୀ, ମୁକ୍ତିଚିନ୍ତାମଣିଶ୍ୱର ମନ୍ଦିର, ଦଧିବାମନ ଜୀଉ ମନ୍ଦିର ଓ ସଦାବ୍ରତ ବା ଭାରତୀ ମଠର ନା’ ରହିଛି । ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାର ୧୭ଟି ମଠ ମନ୍ଦିର ରହିଛି ।
ସେହିଭଳି ଅନ୍ୟଜିଲ୍ଲାଗୁଡିକ ମଧ୍ୟରେ ରହିଥିବା ମନ୍ଦିରଗୁଡିକ ହେଲା ନଖରା ସ୍ଥିତ, ଶ୍ରୀଲକ୍ଷେଶ୍ୱର ମହାଦେବ ମନ୍ଦିର,ବାଣପୁରର ଦକ୍ଷେଶ୍ୱର ଭଗବତୀ ଓ ଉମା ମହେଶ୍ୱର ଦେବ ମନ୍ଦିର, ଯାଁଳାର ବାଟ ଭୁଆଷୁଣି, ଖୋର୍ଦ୍ଧାର ଚନ୍ଦେଶ୍ୱର ମହାଦେବ ଏବଂ ଗଦପଦରର ଶ୍ରୀରାମେଶ୍ୱର ଦେବ ମନ୍ଦିର । ତେବେ ଏହି ସବୁ ମନ୍ଦିରଗୁଡିକରୁ ଖୁବଶୀଘ୍ର ଅଡିଟ କାର୍ଯ୍ୟ ଆରମ୍ଭ କରାଯିବ ।