ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଓଡିଶାକୁ ସିଧାସଳଖ କମ୍ପାନୀ ରୁ ଆସିବ କରୋନା ଟିକା ।ଓଡିଶା ସମେତ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଥମ ପର୍ଯ୍ୟାୟ ଯୋଗାଣରେ ସିଧା ଯୋଗାଣକାରୀ କମ୍ପାନୀ ରୁ କୋଭିଡ ଟିକା ଆସିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
ଟିକା ପ୍ରଦାନ ଲାଗି ସ୍ଥାନ ଚୟନ କରାଯାଇଛି । ବିଶେଷ କରି ଟିକା ଆସିଲେ ତାହାକୁ କିପରି ଗାଇଡଲାଇନ ଅନୁସାରେ କିଭଳି ରଖାଯିବ ଓ ଜିଲ୍ଲାଗୁଡିକୁ କିଭଳି ପଠାଯିବ ସେ ନେଇ ପ୍ରସ୍ତୁତି କରିବାକୁ କୁହାଯାଇଛି ।
ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ହେଇଛି ଆସାମ, ବିହାର, ଛତିଶଗଡ, ଦିଲ୍ଲୀ , ଝାଡଖଣ୍ଡ, କର୍ଣ୍ଣାଟକ, କେରଳ , ମଧ୍ୟପ୍ରଦେଶ,ମହାରାଷ୍ଟ୍ର,ଓଡିଶା,ପଞ୍ଜାବ,ରାଜସ୍ଥାନ,ତାମିଲନାଡୁ, ତେଲେଙ୍ଗାନା,ଗୁଜୁରାଟ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ।
ସେହିପରି ୧୮ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ହେଉଛି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଞ୍ଚଳପ୍ରଦେଶ,ଚଣ୍ଡିଗଡ,ଦାନାର ଓ ନଗର ହବେଲି,ଗୋଆ, ଲାକ୍ଷାଦୀପ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ୍, ପୁଡୁଚେରି, ସିକିମ୍, ତ୍ରିପୁରା ଏବଂ ଉତ୍ତରାଖଣ୍ଡକୁ ଜିଏମ୍ଏସ୍ଡି ମାଧ୍ୟମରେ ଟିକା ଯୋଗାଇ ଦିଆଯିବ।