ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତକାଲି ରାତିରେ ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ଡିଜିପି ବି.କେ ଶର୍ମାଙ୍କୁ ବଦଳାଇ ତାଙ୍କ ସ୍ଥାନରେ୧୯୮୬ ବ୍ୟାଚର ଆଇପିଏସ ଅଫିସର ଅଭୟଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଅଭୟ ନ୍ୟାସନାଲ ପୋଲିସ ଏକାଡମୀର ନିର୍ଦ୍ଦେଶକ ଅଛନ୍ତି । ଅଭୟଙ୍କ ଅନୁପସ୍ଥିତି ଯୋଗୁଁ ମଧ୍ୟବର୍ତ୍ତିକାଳୀନ ଡିଜିପି ଭାବେ ସତ୍ୟଜିତ ମହାନ୍ତିଙ୍କୁ ରାଜ୍ୟ ସରକାର ଦାୟିତ୍ୱ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ରାତିରେ ସତ୍ୟଜିତ ମହାନ୍ତି ମଧ୍ୟବର୍ତ୍ତିକାଳୀନ ଡିଜିପି ଲିଖିତ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
୧୯୮୮ ବ୍ୟାଚ୍ର ଆଇପିଏସ ଅଧିକାରି ସତ୍ୟଜିତ ମହାନ୍ତି ଆଜି ସକାଳେ କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟଳୟରେ ଆୟୋଜିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ସୂଚନା ଅନୁସାରେ ବି.କେ ଶର୍ମା ଅଗ୍ନିଶମ ଡିଜି ଦାୟିତ୍ୱରେ ଥିଲେ । ଅଗ୍ନିଶମ ଡିଜିଙ୍କ ଅନିୟମିତତା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ତୁରନ୍ତ ବି.କେ ଶର୍ମାଙ୍କୁ ବଦଳାଇବାର ନିଷ୍ପତି ନେଇଥିଲେ ।ରାଜ୍ୟ ସରକାର ଏହାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଯେଉଁ କମିଟିରେ ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନର ଓ ଗୃହ ସଚିବ ଏହାର ସଦସ୍ୟ ରହିଛନ୍ତି । ତେବେ ବର୍ତ୍ତମାନ ଅଗ୍ନିଶମ ଡିଜି ଭାବେ ସୁନୀଲ ରାୟଙ୍କୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି । ଏହା ସହ ବିଜୟ ଶର୍ମାଙ୍କୁ ଗୃହ ବିଭାଗର ଅଫିସର ଅନ ସ୍ପେସାଲ ଡ୍ୟୁଟି ଭାବେ ଦାୟିତ୍ୱ ଦିଆଯାଇଛି । ଏହାକୁ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।