ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ ପୁଣି ଦୁଇ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ମୃତକଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ଗଜପତି ଜିଲ୍ଲାର। ଉଭୟ ମୃତକ ପୁରୁଷ।
Regret to inform the demise of a 40-year old Covid positive Male of Gajapati district and a 64-year old Covid positive Male of Sundargarh district, who was also suffering from Diabetes.
— H & FW Dept Odisha (@HFWOdisha) July 5, 2020
ଗଜପତିର ମୃତକଙ୍କ ବୟସ ୪୦ ବର୍ଷ । ସୁନ୍ଦରଗଡ଼ ଜିଲ୍ଲାର ମୃତକ ଜଣକ ୬୪ ବର୍ଷ ବୟସ୍କ ପୁରୁଷ , ଯିଏ ମଧୁମେହରେ ମଧ୍ୟ ପୀଡ଼ିତ ଥିଲେ। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୦୭୦ରେ ପହଞ୍ଚିଛି । ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ହଜାର ୯୩୪ ଜଣ ସୁସ୍ଥ ହୋଇଥିବା ବେଳେ ୩ ହଜାର ୦୯୦ଟି ସକ୍ରିୟ କେସ୍ ରହିଛି ।