ଭୁବନେଶ୍ୱର(ଏଡିଆର ବ୍ୟୁରୋ):ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟ ରେ ବୁଧବାର ଦିନ ସକାଳୁ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଏନକାଉଣ୍ଟର ବେଳେ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି ।
ଆତଙ୍କବାଦୀଙ୍କ ଉପସ୍ଥିତି ସଂପର୍କରେ ସୁୁଚନା ପାଇବା ପରେ କାଶ୍ମୀର ପୋଲିସ , ଓ ସେନାର ଯବାନ ଏବଂ ସିଆରପିଏଫ ମିଳିତ ହୋଇ ଏହାର ସର୍ଚ ଅପରେସନ ଆରମ୍ଭ କରିଥିଲେ ।ପ୍ରଥମେ ଆତଙ୍କବାଦୀ ମାନେ ଗୁଳି ଚାଳନା କରିଥିଲେ ଓ ଏହାପରେ ଯବାନମାନେ ଏହାର ଓଲଟା ଜବାବ ଦେଇଥିଲେ ।
ଏଥିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସେମାନଙ୍କର କୈାଣସି ପରିଚୟ ମିଳିପାରି ନାହିଁ ।ଘଟଣାସ୍ଥଳରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି ।