ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ଏହାଫଳରେ ରାଜ୍ୟରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପଟେ ହୀରାକୁଦ ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଡ୍ୟାମର ଜଳସ୍ତର ବଢିବାରେ ଲାଗିଛି । ତେବେ ଆଜି ହ୍ୟାମର ଆଉ ୪ଟି ଗେଟ ଖୋଲା ଯାଇ ଜଳ ନିସ୍କାସନ କରାଯାଉଛି । ଏବେ ମୋଟ ୩୨ଟି ଗେଟ ଖୋଲାଯାଇ ଜଳ ନିସ୍କାନ କରାଯାଉଛି ।
ଏନେଇ ଜଳସମ୍ପଦ ବିଭାଗ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି । ସକାଳ ସୁଦ୍ଧା ଉପରମୁଣ୍ଡରେ ୨୦୦ ମିମି ବର୍ଷା ରେକର୍ଡ କରାଯାଇଛି । ହୀରାକୁଦରେ ବର୍ତ୍ତମାନ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି । ଏବେ ହୀରାକୁଦର ଜଳସ୍ତର ୬୨୫ ଫୁଟ ରହିଛି । ଆମେ ହୀରାକୁଦରୁ ୬ଲକ୍ଷ କ୍ୟୁସେକ ଜଳ ବର୍ତ୍ତମାନ ଛାଡୁଛୁ । ଅନ୍ୟଟେ ହୀରାକୁଦରୁ ଏତେ ପରିମାଣରେ ଜଳ ନିସ୍କାସନ ହେବା ଫଳରେ ମହାନଦୀ ଫୁଲୁଛି ।
ଅଧିକ କ୍ୟୁସେକ ଜଳ ପ୍ରବାହିତ ହେଲେ ମହାନଦୀର ତଳମୁଣ୍ଡରେ ମଧ୍ୟମରୁ ବଡ଼ ଧରଣର ବନ୍ୟା ହୋଇଥାଏ । ସୁତରାଂ ମହାନଦୀରେ ମଧ୍ୟମରୁ ବଡ଼ ଧରଣର ବନ୍ୟା ଆକଳନ କରାଯାଉଛି । ଏହା ଦ୍ୱାରା ପୁରୀ, କଟକ, ଜଗତସିଂହପୁର ଆଦି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଥିବା ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ।
ଖୋଲିଲା ହୀରାକୁଦର ୩୨ଟି ଗେଟ , ଫୁଲିଲା ମହାନଦୀ
Tags #AtrNews #Odisha