ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ବଡ ଘୋଷଣା । ବୃଦ୍ଧି ହେଲା ଲ’ ଅଫିସର ମାନଙ୍କ ଦୈନିକ ଓ ରିଟେନର ଫି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା କରୁଥିବା ନନ୍-କ୍ୟାଡର ଲ’ ଅଫିସର ମାନଙ୍କର ଦୈନିକ ଓ ରିଟନର ଫି ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏତଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ଥିବା ୧୨୧୫ ଲ’ ଅଫିସର ଉପକୃତ ହେବେ ।
ବର୍ଦ୍ଧିତ ଫି ମୁତାବକ କାର୍ଯ୍ୟରତ ୧୮୪ ଜଣ ଆଡିସନାଲ ପବ୍ଲିକ ପ୍ରୋସିକ୍ୟୁଟର ମାନେ ଦୈନିକ ଫି’ ବାବଦରେ ୧୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ପାଇବେ ୧୮୭୫ ଟଙ୍କା । ସେହିଭଳି ପୂର୍ବରୁ ରିଟେନର ଫି’ ୮୨୦୦ ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନ ପାଇବେ ୧୨୩୦୦ ଟଙ୍କା ।
ସେହିପରି କାର୍ଯ୍ୟରତ ୭୪୦ ଜଣ ଆସିଷ୍ଟାଣ୍ଟ ପବ୍ଲିକ ପ୍ରୋସିକ୍ୟୁଟର ମାନେ ବର୍ତ୍ତମାନ ଦୈନିକ ଫି ବାବଦରେ ୧୬୫୦ ଟଙ୍କା, ରିଟେନର ଫି ବାବଦରେ ୬ ହଜାର ଟଙ୍କା ପାଇବେ ।