ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ଦେଶରେ କରୋନାର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ଯାହାଫଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି । ଏହି ପ୍ରରିପ୍ରେକ୍ଷୀରେ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଅକ୍ସିଜେନର ମାତ୍ରା କମ୍ ରହିଥିବା କାରଣରୁ ଅନେକ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ଏହି ଅକ୍ସିଜେନ ପାଇଁ ଏବେ ବିଦେଶ ଉପରେ ନିର୍ଭର କରିଛି ଭାରତ ।
ବର୍ତ୍ତମାନ କେନ୍ଦ୍ର ସରକାର ଅକ୍ସିଜେନ ବିଦେଶରୁ ଆମଦାନୀ କରିବେ । ପାଖାପାଖି ୫୦,୦୦୦ ମେଟ୍ରିକ ଟନକ ମେଡିକାଲ ଅକ୍ସିଜେନ ବିଦେଶରୁ ଆମଦାନୀ ହେବ ବୋଲି ସୂଚନା ମିଳିଛି । ଏଥିସହ ପିଏମ କେୟାର ଫଣ୍ଡରୁ ୧୦୦ ଡାକ୍ତରଖାନାରେ ଅକ୍ସଜେନ ପ୍ଲାଣ୍ଟ ଲଗାଯିବା ନେଇ ଯୋଜନା କରାଯାଇଛି ।
ଏହି ଅକ୍ସିଜେନ ଭାରତକୁ ଆସିବା ପରେ ୧୨ ଟି ରାଜ୍ୟକୁ ଯୋଗାଇ ଦିଆଯିବ । ବିଭିନ୍ନ ରାଜ୍ୟରେ କରୋନାକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କର ଆବଶ୍ୟକତା ଅନୁସାରେ ଅକ୍ସିଜେନ ଯୋଗାଇ ଦିଆଯିବ । ଏନେଇ ସ୍ୱାସ୍ଥ୍ୟ ଓ ବୈଦେଶିକ ମନ୍ତ୍ରାଳୟ ସମସ୍ତ ପ୍ରକ୍ରିୟା ପୂରଣ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଏହି ୧୨ ଟି ରାଜ୍ୟ ମଧ୍ୟରେ ରହିଛି ମହାରାଷ୍ଟ୍ର,ଛତିଶଗଡ,ପଞ୍ଜାବ,ହରିୟାଣା,ତାମିଲନାଡୁ,କର୍ଣ୍ଣାଟକ ଓ କେରଳ ରହିଛି । କେନ୍ଦ୍ର ସରକାର କହିଛନ୍ତି ଅକ୍ସିଜେନ ଯେପରି ନଷ୍ଟ ନ ହେବ ସେଇଥିପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ । ଦେଶରେ ଅକ୍ସିଜେନ ଉତ୍ପାଦନ ପାଇଁ ପ୍ରାୟ ୭୧୨୭ ଏମଟିର ପର୍ଯ୍ୟାପ୍ତ ଉତ୍ପାଦନ କ୍ଷମିତା ରହିଛି ।