ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୪୨ ଜଣ କ୍ୱାରେଣ୍ଟାଇନରେ ରହିଥିବାବେଳେ ୨୪୬ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି ।
ଏହାବ୍ୟତୀତ ସୁନ୍ଦରଗଡରେ ୮୪,କଳାହାଣ୍ଡିରୁ ୬୪,ଝାରସୁଜୁଡାରୁ ୩୧,କଟକରୁ ୩୦,ନୂଆପଡାରୁ ୨୯,ସମ୍ବଲପୁରରୁ ୨୮,ଗଞ୍ଜାମରୁ ୨୭,ସୁବର୍ଣ୍ଣପୁରରୁ ୧୧,ବରଗଡରୁ୨୧,ଯାଜପୁରରୁ୧୫ଜଣ,କଳାହାଣ୍ଡିରୁ୬୪,କନ୍ଧମାଳରୁ୩ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।ଏହାବ୍ୟତୀତ ଖୋର୍ଦ୍ଧା ଜିଲ୍ଲାରୁ ୧୦୦ ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା ।
ଏଥିସହ ରାଜ୍ୟରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୮୫୬କୁ ବୃଦ୍ଧି ପାଇଛି । ୩ ଲକ୍ଷ ୩୮ ହଜାର ୧୫୦ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୧୯୨୨ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ କରୋନାର ୩୭୩୧ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।