ପୁରୀ(ଏଟିଆର ବ୍ୟୁରୋ):କରୋନା ମହାମାରୀ କାଳରେ ଦୀର୍ଘ ୯ ମାସ ହେବ ଶ୍ରୀମନ୍ଦିର ବନ୍ଦ ଥିବା ବେଳେ ଆସନ୍ତା ୨୩ ତାରିଖରେ ମନ୍ଦିର ଖୋଲିବା ନେଇ ଆଲୋଚନା କରାଯାଇଛି । ଏନେଇ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ୫ ଟି ସଚିବ ଭି.କେ ପାଣ୍ଡିଆନ ।
କୋଭିଡ କଟକଣା ମଧ୍ୟରେ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଉଚ୍ଚସ୍ତରୀୟ ଟିମ ଶ୍ରୀମନ୍ଦିର ଓ ଲୋକନାଥ ମନ୍ଦିର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।୫ ଟି ସଚିବଙ୍କ ସମେତ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀ ମନ୍ଦିର ପ୍ରଶାସକ କ୍ରିଷନ କୁମାର ,ଏବଂ ପୁରୀ ଜିଲ୍ଲାପାଳ ଓ ଏସପି ମଧ୍ୟ ଉପସ୍ଥିତ ଥିଲେ ।
ପୁରୀ ମନ୍ଦିରକୁ ବିଶ୍ୱ ଐତିହ କରିଡରରେ ସାମିଲ କରିବା ପାଇଁ ରାଜ୍ୟସରକାର ଯୋଜନା କରିଛନ୍ତି । କିଛି ଦିନ ହେବ ଏହି କାମର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ଦିର ଖୋଲିବା ନେଇ କେଉଁ ସବୁ ବ୍ୟବସ୍ଥା କରାଯାଇଛି ସେ ସବୁ ଜିଲ୍ଲାପାଳ ଓ ଏସଓପିଙ୍କ ସହ ଆଲୋଚନା କରିଛନ୍ତି ୫ ଟି ସଚିବ ।
୨୩ ଓ ୨୪ତାରିଖରେ ସେବାୟତଙ୍କ ପରିବାର ବର୍ଗଙ୍କ ପାଇଁ ଦର୍ଶନ କରିବାର ଅନୁମତି ମିଳିଥିବା ବେଳେ ପୁରୀବାସୀମାନେ ମଧ୍ୟ ଜଗା ଦର୍ଶନ କରିପାରିବେ । ପ୍ରଥମେ ୫ ହଜାର ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ । ଓ ପରେ ସ୍ଥିତି କୁ ଦୃଷ୍ଟିରେ ରଖି ଭକ୍ତଙ୍କ ସଂଖ୍ୟା ବୃଦ୍ଧି କରାଯିବ ।
ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ବିଶେଷ କରି କେତେକ ନିୟମ ଉପରେ ଦୃଷ୍ଟି ଦେବାକୁ ହେବ, ଯେପରିକି ମାସ୍କ ପିନ୍ଧିବା , ସାମାଜିକ ଦୂରତା ରକ୍ଷା କରିବା ଓ ସାନିଟାଇଜର ବ୍ୟବହାର କରିବା ଉପରେ ବିଶେଷ କରି ଧ୍ୟାନ ଦେବାକୁ ହେବ ।
ଜାନୁଆରୀ ୧ ଓ ୨ ଅର୍ଥାତ ନୁଆବର୍ଷରେ ଭିଡ ବଢିବାର ଆଶଙ୍କା ଥିବାରୁ ଶ୍ରୀ ମନ୍ଦିର ପ୍ରବେଶ ଓ ଦର୍ଶନ ବନ୍ଦ ରଖାଯିବ । ଜାନୁଆରୀ ୩ ରୁ ଜିଲ୍ଲା ତଥା ରାଜ୍ୟ ବାହାରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।