ଆସିକା (ଏଟିଆର ବ୍ୟୁରୋ); ଭୟାବହ ଅଗ୍ନିକାଣ୍ଡରେ ଜିଅନ୍ତା ଜଳିଗଲେ ୬୦ ଛେଳି । ତେବେ ଏଭଳି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ ବଡଖୋଲି ଗାଁରେ । ନିଆଁ ଲାଗିବାରୁ ଗାଁର ଶଶି ନାୟକଙ୍କ ଗୁହାଳରେ ଥିବା ଛେଳି ଜିଅନ୍ତା ମରି ଯାଇଛନ୍ତି । ଖବର ପାଇ ଆସିକା ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ କରିଥିଲା । କିନ୍ତୁ ସେତିକି ବେଳକୁ ଶଶିଙ୍କ ଦୁଇ ବଖରା ଘର,ଗୁହାଳ ଏବଂ ୬୦ ଛେଳି ପୋଡି ପାଉଁଶ ହୋଇ ଯାଇଥିଲା ।
ସୂଚନା ଅନୁଯାୟୀ ବଡଖୋଲି ଗାଁର ହରିଜନ ସାହି ଶଶି ନାୟକଙ୍କ ଘରେ ନିଆଁ ଲାଗିଥିଲା । ପ୍ରଥମେ ଦୁଇ ବଖରା ପୋଡିବା ପରେ ଘରକୁ ଲାଗିଥିବା ଗୁହାଳକୁ ନିଆଁ ବ୍ୟାପିଥିଲା । ଏଣୁ ଗୁହାଳରେ ଥିବା ଛେଳି ଜିଅନ୍ତା ଜଳି ଯାଇଥିଲେ । ପରେ ଖବର ପାଇ ଆସିକା ଦମକଳ ବାହିନୀ ଗାଁରେ ପହଁଞ୍ଚି ନିଆଁକୁ ଆୟତ କରିଥିଲା । ମାତ୍ର ସେତିକି ବେଳକୁ ସବୁ ପୋଡି ପାଉଁଶ ହୋଇ ଯାଇଥିଲା । ସବୁ ବୋଡି ପାଉଁଶ ହୋଇ ଯିବା ପରେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ଶଶିଙ୍କ ପରିବାର ।