ଭୁବନେଶ୍ୱର(ଏଟିଆର ବ୍ୟୁରୋ):ପିଲାଙ୍କୁ ଖୁସି କରାଇବା ପାଇଁ ଆମେ ବଜାରରୁ ବିଭିନ୍ନ ପ୍ରକାରର ଖେଳଣା ସେମାନଙ୍କ ପାଇଁ କିଣିଥାଉ । ତେବେ ଏହି ଖେଳନା ତାଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଯେ କ୍ଷତିକାରକ ହୋଇଥାଏ, ତାହା ଆମେମାନେ ସାଧାରଣତଃ ଜାଣି ନଥାଉ ।
କ୍ୱାଲିଟି କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଭାରତୀୟ ବଜାରରେ ଉପଲବ୍ଧ ହେଉଥିବା ବିଦେଶୀ ଖେଳଣା ମଧ୍ୟରୁ ୬୭ ପ୍ରତିଶତ ଖେଳଣା ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।
ଦିଲ୍ଲୀ ଏବଂ ଏନସିଆର ବଜାରରେ ଉପଲବ୍ଧ ହେଉଥିବା ଖେଳଣାକୁ ନେଇ ପରୀକ୍ଷା କରାଯାଇଥିଲା । ଭାରତୀୟ ବଜାରରେ ବିକ୍ରି ହେଉଥିବା ୧୨୧ ପ୍ରକାରର ଖେଳଣାକୁ ପରୀକ୍ଷା କରିବା ପାଇଁ ଲ୍ୟାବ ପଠାଯାଇଥିଲା । କିନ୍ତୁ ଏହି ଖେଳଣାକୁ ଗୁଣବତ୍ତା କମ୍ ଥିବାର ଜଣାପଡ଼ିଥିଲା ।
ବଜାରରେ ଉପଲବ୍ଧ ହେଉଥିବା ପ୍ଲାଷ୍ଟିକ ଖେଳଣା ୩୦ ପ୍ରତିଶତ ବିଫଳ ହୋଇଛି । ସପ୍ଟ ଖେଳଣା ମଧ୍ୟ ରୁ ୪୫ ପ୍ରତିଶତ ଏବଂ ଇଲେକ୍ଟ୍ରିକ ଖେଳଣା ମଧ୍ୟ ରୁ ୭୫ ପ୍ରତିଶତ ପରୀକ୍ଷା ବିଫଳ ହୋଇଛି । ଏହି ଖେଳଣା ଦ୍ୱାରା ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବା ବେଳେ ଅନେକ ଖେଳଣା ପିଲାଙ୍କ ଚର୍ମ ଉପରେ ପ୍ରଭାବ ପକାଇଥାଏ ।