କଳାହାଣ୍ଡି (ଏଟିଆର ବ୍ୟୁରୋ); ଦାରିଙ୍ଗବାଡି ଫୁଲବାଣୀ ପରେ ପୁଣି ନଜରକୁ ଆସିଲା ଆଉ ଏକ ଲଜ୍ଜା ଜନକ ଖବର । ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଗର୍ଭପାତ ହେବା ପରେ ସେ ଗୁରୁତର ଅସୁସ୍ଥ ଥିବା ଜଣା ପଡିଛି । ତେବେ ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ନାର୍ଲାରେ । ଏଠାରେ ଥିବା ନବୋଦୟ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିଲେ । ପରେ ତାଙ୍କ ଗର୍ଭପାତ ହୋଇଥିଲା ବୋଲି ଜନରକୁ ଆସିଛି । ଦାରିଙ୍ଗବାଡି ଘଟଣା ପରେ ଗୋଟିଏ ପରେ ଗୋଟିଏ ଲଜ୍ଜା ଜନକ ଘଟଣା ଲୋକଲୋଚନକୁ ଆସିବାରେ ଲାଗିଛି ।
ସୂଚନା ଅନୁଯାୟୀ ଛାତ୍ରୀ ଜଣକ ବିହାରରୁ ଆସି ମାଇଗ୍ରେସନରେ ଏଠାରେ ପାଠ ପଢ଼ୁଥିଲେ । ଗର୍ଭପାତ ହେବା ପରେ ନାବାଳିକା ଗୁରୁତର ଅସୁସ୍ଥ ହୋଇ ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ନର୍ଲା ମେଡିକାଲରେ ଭତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଭବାନୀ ପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେଠାରେ ଅବସ୍ଥାରେ ସୁଧାରନ ଆସିବାରୁ ସମ୍ବଲପୁରକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ଛାତ୍ରୀଙ୍କ ପରିବାର ବର୍ଗ ଏହି ଖବର ପାିବା ପରେ ଝିଅକୁ ମେଡିକାଲରୁ ଘର ନେଇ ଯାଇଛନ୍ତି । ଏବେ ଏହି ଘଟଣା ନଜରକୁ ଆସିବା ପରେ ଜିଲ୍ଲା ପ୍ରଶାଶନ ତଦନ୍ତ ଆରମ୍ଭ କରିଛି । କିନ୍ତୁ ନାବାଳିକାକୁ ଗର୍ଭବତୀ କରାଇଥିବା ଅଭିଯୁକ୍ତ ଜଣା ପଡିନାହିଁ ।