ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ସକାଳୁ ରାଜ୍ୟରେ କରୋନା ପଜିଟିଭ୍ ର ଆଉ ୭ ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହି ୭ ଜଣଙ୍କ ମଧ୍ୟରୁ ୫ ଜଣ ଭଦ୍ରକର ଏବଂ ୨ ଜଣ ବାଲେଶ୍ୱରର ବୋଲି ଜାଣିବାକୁ ମିଳିଛି । ସବୁଠାରୁ ବଡ କଥା ହେଲା ବାଲେଶ୍ୱରର ୨ ଆକ୍ରାନ୍ତ ମଧ୍ୟରୁ ଜଣେ ଅଢେଇ ବର୍ଷର ଶିଶୁ କନ୍ୟା ରହିଛନ୍ତି ।
ନୀଳଗିରି ବରହମପୁର ଥାନା ଅଞ୍ଚଳର ଉକ୍ତ ଶିଶୁ ଜଣଙ୍କ ବୋଲି ନୀଳଗିରି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାସହିତ ସେହି ଶିଶୁ କନ୍ୟାଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ଗତ ୧୬ ତାରିଖରେ ନିଆଯାଇଥିଲା । ସେହି ରିପୋର୍ଟ ଆଜି ପଜିଟିଭ୍ ବାହାରିଛି ବୋଲି ଉପଜିଲ୍ଲାପାଳ କହିଛନ୍ତି ।
ଅନ୍ୟପଟେ ଉକ୍ତ ଅଞ୍ଚଳରେ କରୋନା ପଜିଟିଭ୍ ଚିହ୍ନଟ ହେବା ସେହି ଅଞ୍ଚଳକୁ ଏବେ ସିଲ୍ କରାଯିବା ସହ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।