ସାନଖେମୁଣ୍ଡି ( ଏଟିଆର ବ୍ୟୁରୋ): ଗଞ୍ଜେଇ ଗଛ ପୋଡିବାକୁ ଯାଇଥିବା ବେଳେ ପୋଲିସ ଓ ଆଦିବାସୀ ମୁହାଁମୁହିଁ । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ । ଆଜି ସକାଳେ ଗଞ୍ଜାମ ଜିଲ୍ଲା ଧରାକୋଟ ଓ ବଡଗଡ ସିମାନ୍ତ ଅଞ୍ଚଳରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରିବାକୁ ଆଜି ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀ ପହଞ୍ଚିଥିଲେ । ସେଠାରେ ହୋଇଥିବା ଗଞ୍ଜେଇ ଗଛ ପୋଡିବାକୁ ପୋଲିସ ଉଦ୍ୟମ କଲାରୁ ସେଠାରେ ଆଦିବାସୀ ମାନେ ପୋଲିସକୁ ବିରୋଧ କରିଥିଲେ ।
ଏମିତି କି ସେମାନେ ପୋଲିସକୁ ଆକ୍ରମଣ ମଧ୍ୟ କରିଥିଲେ । ଯାହାର ଜବାବରେ ପୋଲିସ ଓ ଆଦିବାସୀ ମୁହାଁମୁହିଁ ହୋଇଥିଲେ । ଘଟଣା ସ୍ଥଳରେ ଅଧିକ ଉତ୍ତେଜନା ଦେଖା ଦେଖା ଦେବାରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ସେଠାରେ ମୁତୟନ କରାଯାଇଛି । ଏଠାରେ ପାଖାପାଖି ୫୦ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବା ନେଇ ପୋଲିସକୁ ସୂଚନା ମିଳିବା ପରେ ବଡଗଡ ପୋଲିସ ପକ୍ଷରୁ ସେଠାରେ ଚଢାଉ କରାଯାଇଛି । ତେବେ ପୋଲିସକୁ ସେଠାକୁ ନ ଯିବା ପାଇଁ ଆଦିବାସୀ ମାନେ ରାସ୍ତା ଅବରୋଧ କରିବା ସହିତ ବଡବଡ ଗଛ କାଟି ରାସ୍ତାରେ ପକାଇଥିଲେ । ପୋଲିସ ସୁରକ୍ଷା ଭିତରେ ଗଞ୍ଜେଇ ଗଛକୁ ନଷ୍ଟ କରାଯାଉଛି ।