ରାଉରକେଲା(ଏଟିଆର ବ୍ୟୁରେ): ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି ରାତି ୩ଟା ସମୟରେ ଅଗ୍ନିକାଣ୍ଡ ଘଟି ବହୁ ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡରେ କଣ୍ଟୋଲ ରୁମର କେଵୁଲ କମ୍ପ୍ୟୁଟର, ମନିଟର ଓ ପ୍ୟାନେଲ ବୋର୍ଡ ସହ ଅନ୍ୟ ସରଞ୍ଜାମ ଜଳି ନଷ୍ଟ ହୋଇଥିବା ଅଭିଯୋଗ। ସ୍ଲାଗ ପଟ ବ୍ଲାଷ୍ଟ ହେଵାରୁ ଅଗ୍ନିକାଣ୍ଡ ହୋଇଥିବା ଜଣା ପଡିଛି।
ନିଆଁ ଲାଗିବାର କାରଣ ଏବେବି ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ ପାଇଁ ୪ ଜଣିଆ ସିଜିଏମ ସ୍ତରୀୟ କମିଟି ଗଠନ କରାଯାଇଛି । ଏନେଇ ଷ୍ଟିଲ ପ୍ଲାଣ୍ଟ ମୂଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।୪ଜଣ ସିଜିଏମ ଘଟଣାର ତଦନ୍ତ କରିବେ।
ତେବେ ଅଗ୍ନିକାଣ୍ଡର ସଠିକ୍ କାରଣ ନିରୂପଣ ଲାଗି ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ନିର୍ବାହୀ ଅଧିକାରୀ ଦୀପକ ଚଟ୍ଟରାଜ ଏକ ଚାରି ଜଣିଆ ଟିମ୍ ଗଠନ କରିଛନ୍ତି।ସୌଭାଗ୍ୟବଶତଃ କୌଣସି କର୍ମଚାରୀ ଏହି ଦୁର୍ଘଟଣାରେ ଆହତ ହୋଇନାହାନ୍ତି।
ତେବେ ଅଗ୍ନିକାଣ୍ଡରେ ଏସଏମଏସ -୨ କଣ୍ଟ୍ରୋଲ୍ ରୁମର କେବୁଲ ସହ ବିଭିନ୍ନ ଯନ୍ତ୍ରପାତି ଜଳି ଯାଇଥିବାରୁ ସେଠାରେ ଉତ୍ପାଦନ ବନ୍ଦ ରହିଛି । ଶୀଘ୍ର ସ୍ଥିତି ସ୍ୱାଭାବିକ କରିବାକୁ ଉଦ୍ୟମ କରାଯାଉଛି ବୋଲି ଆରଏସିପ କର୍ତ୍ତୃପକ୍ଷ କହିଛନ୍ତି।