ଭୁବନେଶ୍ୱର(ଏଟିଆର ବ୍ୟୁରୋ); ରାଜ୍ୟରେ ହେଉ ବା ଦେଶରେ ଦିନକୁ ଦିନ ବଢ଼ିଚାଲିଛି ଦୁର୍ନୀତି । ଏତେ ସବୁ ହେଉଥିବା ଦୁର୍ନୀତିର ମୂଳରେ ରହିଛନ୍ତି ରାଜନେତା । ଏମାନଙ୍କ ପାଇଁ ଦେଶ ହେଉ ବା ରାଜ୍ୟ ବହୁ ପଛରେ ପଡିବା ସହ ଲଜ୍ଜା ଅନୁଭବ କରୁଛି । ତେବେ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କେବଳ ରାଜନେତାମାନେ ଦୁର୍ନୀତିରେ ନହାଁନ୍ତ ଏମାନଙ୍କ ସହ ବହୁ ବଡ ବଡ ପ୍ରସାସନିକ ଅଧିକାରୀମାନେ ମଧ୍ୟ ଜଡିତ ଅଛନ୍ତି ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ ।
ଆଜି ସ୍ଥାନୀୟ ପ୍ରେସ କ୍ଳବରେ ଓଡିଶା ଦୁର୍ନୀତି ମଞ୍ଚ ପକ୍ଷରୁ ୭ମ ବାର୍ଷିକ ପ୍ରତିଷ୍ଠା ଦିବସ ଅବସରରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ପ୍ରସଙ୍ଗ ଥିଲା ‘ମୋ ସ୍ୱପ୍ନର ଓଡିଶା’ । ଏହି ଆଲୋଚନା ଚକ୍ରରେ ପ୍ରଥମ ବକ୍ତା ଭାବରେ ବକ୍ତବ୍ୟ ଦେବାକୁ ଯାଇ ନିରଞ୍ଜନ ପଟ୍ଟନାୟକ ରାଜନେତା ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କୁ ଟାର୍ଗେଟ କରିଥିଲେ । ସେ ନିଜର ଅଭିଭାଷଣରେ କହିଥିଲେ କି ପୂର୍ବରୁ ଗୋଟିଏ ବୁଥରେ ସାଧାରଣ ନିର୍ବାଚନ ସମୟରେ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ଦିଆଯାଉଥିବା ତେବେ ସେଠାରୁ ୨୦ ଟଙ୍କା ଫେରସ୍ତ କରୁଥିଲେ କର୍ମୀ । କିନ୍ତୁ ଆଜିକା ସମୟରେ ଯଦି ସେହି ଜାଗାରେ ୩୦୦୦ ଟଙ୍କା ଦିଆ ଯାଉଛି ତେବେ ଏତିକି ହେବନି ବୋଲି ଯୁବକମାନେ କହୁଛନ୍ତି । ତେବେ ଏହାର ମୁଖ୍ୟ କାରଣ ହେଉଛି ପୂର୍ବରୁ ଜନତାଙ୍କ ସେବା କରିବା ନେତାମାନେ ରାଜନୀତିକୁ ଆସୁଥିଲେ । ମାତ୍ର ଏବେ ସମସ୍ତେ ନିର୍ବାଚନରେ ଖର୍ଚ୍ଚ କରିଥିବା ଟଙ୍କାକୁ ତିନି ପରୁଷ ପାଇଁ ସଞ୍ଚୟ କରିବା ଉଦ୍ଦେଶ୍ୟରେ ଏଠାକୁ ଆସୁଛନ୍ତି ବୋଲି ମଧ୍ୟ କହିଛନ୍ତି ।
ରାଜନୀତିରେ ଯୋଗ ଦେଇଥିବା ସମସ୍ତ ନେତା ହେଉଛନ୍ତି ଦୁର୍ନୀତିଗ୍ରସ୍ତ । କାରଣ ଏମାନେ ନିର୍ବାଚନ କମିଶନଙ୍କ ଆଗରେ ନିର୍ବାଚନରେ ଖର୍ଚ୍ଚ କରୁଥିବା ସତ୍ୟପାଠରେ ଭୁଲ ତଥ୍ୟ ଦେଇଥାନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ନିଜ ସପକ୍ଷରେ କହିବାକୁ ଯାଇ ନିରଞ୍ଜନ କହିଛନ୍ତି କି ସେ କଂଗ୍ରେସ ସରକାରରେ ଥିବା ସମୟରେ ସେ ଖଣି ବିଭାଗରେ ଥିଲେ ସେ ସମୟରେ ଖଣି ବିଭାଗରେ ଦୁର୍ନୀତି ହୋଇଥିବା ଖବର ପ୍ରସାରିତ ହୋଇଥିଲା । ଏଣୁ ଏବେ ପର୍ଯ୍ୟନ୍ତ ଲୋକ ତାଙ୍କୁ ଖଣି ଖାଇଯାଇଥିବା କହୁଛନ୍ତି ବୋଲି କହିଛନ୍ତି ।
ଆୟୋଜିତ ହୋଇଥିବା ଏହି ଆଲୋଚନା ଚକ୍ରରେ ନିକଟ ଅତୀତରେ ବିଜେପିରେ ମିଶିଥିବା ଅପରାଜିତା ଷଢ଼ଙ୍ଗୀ,ଉକ୍ରଳ ଭାରତର ସଭାପତି ଖାରବେଳ ସ୍ୱାଇଁ ବିଜେଡିର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ,ଜଗବନ୍ଧୁ ଷଢ଼ଙ୍ଗୀ ଏବଂ ଆୟୋଜିତ ସଭାର ଅଧ୍ୟକ୍ଷ ଉମାଚରଣ ମିଶ୍ର ପ୍ରମୁଖ ଏଠାରେ ଯୋଗ ଦେଇଥିଲେ । ରାଜ୍ୟରେ ଏବଂ ଦେଶରେ କିପରି ଦୁର୍ନୀତି ବ୍ୟଭିଚାର କମିବ ଏବଂ ସୁନ୍ଦର ଦେଶ ଗଢ଼ି ଉଠିବ ସେ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।