ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟସରକାର ଚଳିତ ବର୍ଷ ରେଳ ପ୍ରକଳ୍ପ ପାଇଁ ୭୨୦୦ କୋଟି ଟଙ୍କା ଦେବାପାଇଁ ଦାବି କରିଥିବା ବେଳେ କେନ୍ଦ୍ର ସରକାର ୫ହଜର୫୨୮କୋଟି ଟଙ୍କା ଦେଇଛନ୍ତି ବୋଲି ଜଣାପଡିଛି । ଏନେଇ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ସୂଚନା ଦେଇଛନ୍ତି ।
୨୦୦୯ ରୁ ୨୦୧୪ ମଧ୍ୟରେ ଓଡିଶାରେ ରେଳ ପ୍ରକଳ୍ପ ପାଇଁ ୮୩୮ କୋଟି ଟଙ୍କା ଆସିଥିବା ବେଳେ ୨୧୨୧ ରୁ ୨୨ରେ ୫୬୦ ପ୍ରତିଶତ ଅନୁଦାନ ଦିଆଯାଇଥିବା ଗୋୟଲ ଦାବି କରିଛନ୍ତି । ଯେଉଁଥିରେ ନୂଆ ରେଳପଥ,ଗେଜ୍ ପରିବର୍ତ୍ତନ , ଓ ଦେହରୀକରଣ ଭଳି ୩୯ ଟି ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପ ଗୁଡିକରେ ୬୧ ହଜାର ୯୪୯ ଟଙ୍କା ଖର୍ଚ୍ଚ ହେବ ।
୨୦୨୧-୨୨ ବଜେଟରେ ଓଡିଶ।। ଖୋର୍ଦ୍ଧା ରୋଡ-ବଲାଙ୍ଗୀର ୨୮୯ କିଲୋମିଟର ନିର୍ମାଣ ପାଇଁ ୧ ହଜାର କୋଡି ୫୦ ଲକ୍ଷ କୋଟି ଟଙ୍କା ଅନୁଦାନ , ଅନୁଗୁଳ-ସୁକିନ୍ଦା ରୋଡ ପାଇଁ ୪୦୦ କୋଟି ଟଙ୍କା ମିଳିଛି । ହରିଦାସପୁର -ପାରାଦ୍ୱୀପ ପାଇଁ ୧୦୦ କୋଟି ଟଙ୍କା , ତାଳଚେର-ବିମାନଗଡ ପାଇଁ ୧୦ କୋଟି ଟଙ୍କା ଦିଆଯାଇଥିବାର ସୂଚନା ମିଳିଛି ।
୨୦୨୦-୨୧ରେ ୪ ହଜାର ୩୭୩ କୋଟି ଟଭ୍କା ଅନୁଦାନ ମିଳିଛି । ୨୦୧୯-୨୦ ତୁଳନାରେ ୧୬୨୦ କୋଟି ଟଙ୍କା କମ୍ ଥିଲା । ଏବଂ ଚଳିତଥର ୧୧୫୫ କୋଟି ଟଙ୍କା ଅଧିକ ଅନୁଦାନ ମିଳିଛି ।