ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ । ଆଜି ରାଜ୍ୟରେ ପୁଣି ଆଉ ୧୨୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ମିଳିଛି ।
1 each from Deogarh, Kendrapara and Jharsuguda.
The total recovered cases of #Odisha now stand at 2474.
(2/2)— H & FW Dept Odisha (@HFWOdisha) June 12, 2020
ଆଜି ସୁସ୍ଥ ହୋଇଥିବା ନୂତନ ୧୨୦ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୩୦ ଜଣ, ଖୋର୍ଦ୍ଧାରୁ ୧୯ ଜଣ, ବାଲେଶ୍ୱରରୁ ୧୪ ଜଣ,ବଲାଙ୍ଗିରରୁ ୧୨ ଜଣ, ଢେଙ୍କାନାଳାରୁ ୯ ଜଣ, ନୟାଗଡରୁ ୭ ଜଣ, ସୁନ୍ଦରଗଡରୁ ୭ ଜଣ, ଅନୁଗୁଳରୁ ୬ ଜଣ,କେନ୍ଦୁଝରରୁ ୫ ଜଣ, ଜଗତସିଂହପୁରରୁ ୪ ଜଣ, ପୁରୀରୁ ୪ ଜଣ, ଦେଓଗଡରୁ ଜଣେ, କେନ୍ଦ୍ରପଡାରୁ ଜଣେ ଏବଂ ଝାରସୁଗୁଡାରୁ ଜଣେ ରହିଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ଏବେ ମୋଟ ୨୪୭୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି ।