ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦିନକୁ ଦିନ ଭୟଙ୍କର ରୂପ ନେଉଛି ମହାମାରୀ କରୋନା । ଆଜି ରାଜ୍ୟରେ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ କରୋନା ମହାମାରୀରେ ମୋଟ ୨୧ ଜଣଙ୍କ ମୃତ୍ୟୁ ହୋଇଛି ।
ଆଜି ଗଞ୍ଜାମ ଜିଲ୍ଲାରୁ ଜଣେ ୭୫ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ସେ କରୋନା ଆକ୍ରାନ୍ତ ଥିଲେ । ଏହା ସହ ସେ ଡାଇବେଟିସ ରୋଗରେ ଆକ୍ରାନ୍ତ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
Regret to inform the demise of three #COVID19 positive patients while under treatment in hospital.
A 75 year old male of Ganjam district, who was also suffering from Diabetes and Hypertension.
— H & FW Dept Odisha (@HFWOdisha) June 28, 2020
ସେହିପରି କଟକରୁ ଜଣେ ୬୫ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ସେ ଡାଇବେଟିସ ଓ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରୁ ଜଣେ ୭୩ ବର୍ଷୀୟ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ସେ ମଧ୍ୟ ଡାଇବେଟିସ ଓ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
A 65 year old male of Cuttack district, who was also suffering from Diabetes, Hypertension and Chronic Kidney Disease.
A 73 year old male of Bhubaneswar, who was also suffering from Diabetes, Hypertension and Chronic Kidney Disease.
— H & FW Dept Odisha (@HFWOdisha) June 28, 2020
ସୂଚନା ଯୋଗ୍ୟ ଆଜି ରାଜ୍ୟରୁ ୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୬୧୪କୁ ବୃଦ୍ଧି ପାଇଛି । ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪ହଜାର ୬୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୯୮୦ଟି ସକ୍ରିୟ କେସ୍ ରହିଛି ।