ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଖୁସୀ ଖବର । ରାଜ୍ୟରେ ଆଜି ଆଉ ୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ୩୯୩ ଜଣ ସୁସ୍ଥ ହୋଇ ସାରିଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Another 50 #COVID19 patients have recovered and are being discharged.
22 are from Ganjam
15 from Balasore
5 from Bhadrak
3 each from Jajpur and Boudh
1 each from Mayurbhanj and RourkelaThe total recovered cases of Odisha now stand at 393.
— H & FW Dept Odisha (@HFWOdisha) May 21, 2020
ଆଜି ସୁସ୍ଥ ହୋଇଥିବା ଏହି ୫୦ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୨୨ ଜଣ, ବାଲେଶ୍ୱରରୁ ୧୫ ଜଣ, ଯାଜପୁରରୁ ୩ ଜଣ, ବୌଦ୍ଧରୁ ୩ ଜଣ, ମୟୁରଭଞ୍ଜରୁ ଜଣେ ଏବଂ ରାଉଲକେଲାରୁ ଜଣେ ।
ଅନ୍ୟପଟେ ବର୍ତ୍ତମାନ ସୁଧା ରାଜ୍ୟରେ ମୋଟ ୧୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୯୩ ଜଣ ସୁସ୍ଥ ହୋଇ ସାରିଲେଣି ଏବଂ ୭ ଜଣଙ୍କ ମୃତ୍ୟୁ ହୋଇଛି ।